
ନୂଆଦିଲ୍ଲୀ-ବୈଦେଶିକ ମନ୍ତ୍ରାଳୟରେ ଯୁଗ୍ମ ସଚିବ ମଦନ କୁମାର ଘିଲ୍ଡିୟାଲଙ୍କୁ ତିମୋର-ଲେସ୍ତେରେ ଭାରତର ପରବର୍ତ୍ତୀ ରାଷ୍ଟ୍ରଦୂତ ଭାବେ ନିଯୁକ୍ତ କରାଯାଇଛି ।
ବୈଦେଶିକ ମନ୍ତ୍ରାଳ ସୋମବାର କହିଛି ଯେ, ମଦନ କୁମାର ଘିଲ୍ଡିୟାଲ, ଯିଏକି ବର୍ତ୍ତମାନ ମନ୍ତ୍ରାଳୟରେ ଯୁଗ୍ମ ସଚିବ ଅଛନ୍ତି, ତାଙ୍କୁ ଗଣତାନ୍ତ୍ରିକ ଗଣରାଜ୍ୟ ତିମୋର-ଲେସ୍ତେରେ ଭାରତର ପରବର୍ତ୍ତୀ ରାଷ୍ଟ୍ରଦୂତ ଭାବେ ନିଯୁକ୍ତ କରାଯାଇଛି । ସେ ତାଙ୍କ କାର୍ଯ୍ୟଭାରତ ସମ୍ଭାଳିବେ ବୋଲି ମନ୍ତ୍ରାଳୟ ପକ୍ଷରୁ ଆଶା ବ୍ୟକ୍ତ କରାଯାଇଛି ।