
ଭୁବନେଶ୍ୱର– ବାଘୁଣି ଜୀନତ ପାଇଁ ନୂଆ ଏନକ୍ଲୋଜର ତିଆରି ହୋଇଛି । ଖୁବ୍ ଶୀଘ୍ର ଜୀନତ ନୂଆ ଏନକ୍ଲୋଜରକୁ ଯିବ। ଏନ୍କ୍ଲୋଜରରେ ଖାପ ଖୁଆଇବା ପରେ ସ୍ଥିତି ଦେଖି ଜଙ୍ଗଲରେ ଛଡ଼ାଯିବ ବୋଲି ପିସିସିଏଫ୍ (ବନ୍ୟପ୍ରାଣୀ)ପ୍ରେମ କୁମାର ଝା କହିଛନ୍ତି। ଜୀନତ ପୂରା ସୁସ୍ଥ ଅଛି ଓ ଶୀକାର କରିପାରୁଛି ବୋଲି ସେ କହିଛନ୍ତି।