
ନୂଆଦିଲ୍ଲୀ– କେନ୍ଦ୍ର ସରକାର ସୋମବାର ଭାରତୀୟ ରେଲୱେ ଖାଦ୍ୟପେୟ ଏବଂ ପର୍ଯ୍ୟଟନ ନିଗମ ଓ ଭାରତୀୟ ରେଲୱେ ଅର୍ଥ ନିଗମକୁ ନବରତ୍ନ ମାନ୍ୟତା ପ୍ରଦାନ କରିଛନ୍ତି ।
ସାର୍ବଜନିକ ଉଦ୍ୟମ ବିଭାଗ ସୋମବାର ଏକ୍ସ ପୋଷ୍ଟରେ କହିଛନ୍ତି ଯେ, ସରକାର ଭାରତୀୟ ରେଲୱେ ଖାଦ୍ୟପେୟ ଏବଂ ପର୍ଯ୍ୟଟନ ନିଗମକୁ ନବରତ୍ନ ସିପିଏସଇରେ ଅପଗ୍ରେଡ କରିବାକୁ ମଂଜୁରୀ ପ୍ରଦାନ କରିଛନ୍ତି, ଯେଉଁଥିରେ ଏହା ସିପିଏସଇରେ 25ତମ ନବରତ୍ନ ହେବ । ଆଇଆରସିଟିସି ରେଳ ମନ୍ତ୍ରାଳୟର ଏକ ସିପିଏସଇ ଅଟେ, ଯାହାର ବାର୍ଷିକ ବ୍ୟବସାୟ 4,270.18 କୋଟି ଟଭ୍କା, ପିଏଟି 1,111.26 କୋଟି ଟଙ୍କା ଓ ଆର୍ଥିକ ବର୍ଷ 2023-24 ପାଇଁ ନେଟୱର୍ଥ 3,229.97 କୋଟି ଟଙ୍କା ଅଟେ ।
ଡିପିଇ ଏକ୍ସ ପୋଷ୍ଟରେ କହିଛି ଯେ, ସରକାର ଭାରତୀୟ ରେଲୱେ ଅର୍ଥ ନିଗମୁ ନବରତ୍ନ ସିପିଏସଇରେ ଅପଗ୍ରେଡ କରିବାକୁ ମଂଜୁରୀ ଦେଇଛନ୍ତି, ଯେଉଁଥିରେ ଏହା ସିପିଏସଇର 26ତମ ନବରତ୍ନ ହେବ ।