
ଚଣ୍ଡିଗଡ– ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନୀଙ୍କ ସୁରକ୍ଷାରେ ପୁଣି ଥରେ ତ୍ରୁଟି ସାମ୍ନାକୁ ଆସିଛି । ସୋମବାର ପଂଚକୂଳାରେ ବିଧାୟକଙ୍କ ସହ ପ୍ରି ବଜେଟ୍ ବୈଠକ କରିବାକୁ ଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ସୈନୀଙ୍କ ଗାଡି ନିକଟକୁ ଜଣେ ବାଇକ ଚାଳକ ଚାଲିଆସିଥିଲେ । ତେବେ ସେହି ସମୟରେ ମୁଖ୍ୟମନ୍ତ୍ରୀ ଗାଡିରେ ନଥିଲେ । ପୋଲିସ ଅଧିକାରୀ ଯେତେବେଳେ ଯୁବକଙ୍କୁ ହଟିବାକୁ କହିଥିଲେ, ସେ ଯୁକ୍ତି କରିବା ଆରମ୍ଭ କରିଦେଇଥିଲା । ଏହାପରେ ପୋଲିସ ଅଧିକାରୀ ତାକୁ ଧରିପକାଇଥିଲେ । ଏହାପୂର୍ବରୁ ଚଣ୍ଡିଗଡ, ଫରିଦାବାଦ ଓ ଗୁରୁଗ୍ରାମରେ ବି ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ମାମଲା ସାମ୍ନାକୁ ଆସିଥିଲା ।