
ଭୁବନେଶ୍ୱର– ଟ୍ରାନ୍ସପୋର୍ଟ ଘୋଟାଲା ମାମଲାରେ କେନ୍ଦୁଝରର ବିଜେଡି ନେତା ରାଜା ଚକ୍ରଙ୍କୁ କ୍ରାଇମବ୍ରାଂଚର ଇଓଡବ୍ଲୁ ଜେରା କରିଛି। ପ୍ରାୟ ୫ ଶହ କୋଟିର ଟ୍ରାନ୍ସପୋର୍ଟ ଘୋଟାଲା ମାମଲାରେ ରାଜା ଚକ୍ରଙ୍କୁ ଜେରା କରାଯାଉଛି। ଭୁବନେଶ୍ୱରସ୍ଥିତ ଇଓଡବ୍ଲୁ ଅଫିସରେ ତାଙ୍କୁ ଦିନ ୧୧ଟାରୁ ଜେରା ଚାଲିଥିବା ସୂଚନା ମିଳିଛି। ଏହି ମାମଲାରେ ପୂର୍ବରୁ ଗତ ମାସ ୭ ତାରିଖରେ ୨ ଜଣଙ୍କୁ ଗିରଫ କରାଯାଇଥିଲା। ସେମାନେ ହେଲେ ମାନସ ରଂଜନ ବାରିକ ଓ ଉତ୍କଳ ଦାସ । ସେହି ଲିଙ୍କ୍ ରେ ରାଜାଙ୍କୁ ଜେରା ଚାଲିଥିବା ସୂଚନା ମିଳିଛି ।
ଅଭିଯୋଗ ଅନୁଯାୟୀ ଗନ୍ଧମାର୍ଦ୍ଦନ ଲୋଡିଂ ଆଣ୍ଡ ଟ୍ରାନ୍ସପୋର୍ଟ କୋ-ଅପରେଟିଭ୍ ସୋସାଇଟି ନାଁରେ ଲୁଟ୍ ଚାଲିଥିଲା। ଆଇରନ୍ ଓର୍ ବୋଝେଇ ଟ୍ରକ ପିଚ୍ଛା ୬୦ ଟଙ୍କା ଆଦାୟ କରୁଥିଲେ।