
ନୂଆଦିଲ୍ଲୀ– ବୈଦେଶିକ ମନ୍ତ୍ରୀ ଡ.ଏସ ଜୟଶଙ୍କର ମଙ୍ଗଳବାରରୁ ୟୁନାଇଟେଡ କିଙ୍ଗଡମ ଓ ଆୟରଲ୍ୟାଣ୍ଡକୁ 6 ଦିବସୀୟ ଗସ୍ତରେ ଯିବେ ।
ବୈଦେଶିକ ମନ୍ତ୍ରାଳୟ ସୋମବାର ଏକ ବୟାନରେ କହିଛି ଯେ, ବୈଦେଶିକ ମନ୍ତ୍ରୀ ଡ.ଜୟଶଙ୍କର ମାର୍ଚ୍ଚ 4-9 ଯାଏ ୟୁନାଇଟେଡ କିଙ୍ଗଡମ ଓ ଆୟରଲ୍ୟାଣ୍ଡକୁ ଔପଚାରିକ ଯାତ୍ରାରେ ରହିବେ । ବୈଦେଶିକ ମନ୍ତ୍ରୀଙ୍କ ଏହି ଯାତ୍ରା ୟୁକେ ଓ ଆୟରଲ୍ୟାଣ୍ଡ ଉଭୟଙ୍କ ସହିତ ଭାରତର ବନ୍ଧୁତାପୂର୍ଣ୍ଣ ସଂପର୍କକୁ ନୂଆ ଗତି ପ୍ରଦାନ କରିବ । ଭାରତ ଓ ୟୁକେ ମଧ୍ୟରେ ବ୍ୟାପକ ରଣନୈତିକ ବୁଝାମଣା ପ୍ରତିରକ୍ଷା ଏବଂ ସୁରକ୍ଷା, ବ୍ୟାପାର ଏବଂ ଅର୍ଥବ୍ୟବସ୍ଥା, ସ୍ୱାସ୍ଥ୍ୟ, ଶିକ୍ଷା, ଲୋକଙ୍କ ମଧ୍ୟରେ ପାରସ୍ପରିକ ସଂପର୍କ ସହିତ ବିବିଧ କ୍ଷେତ୍ରରେ ମଜବୁତ ହୋଇଛି ।