
ଭୁବନେଶ୍ୱର– ମାହାଙ୍ଗା ବିଧାୟକ ଶାରଦା ପ୍ରସାଦ ପ୍ରଧାନଙ୍କ ବିବାହରେ ଯୋଗ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ରାଜସ୍ଥାନ ସ୍ଥିତ ଜୟପୁର ଠାରେ ମାହାଙ୍ଗା ବିଧାୟକ ଶ୍ରୀ ଶାରଦା ପ୍ରସାଦ ପ୍ରଧାନ ଓ ସିପ୍ରା ପ୍ରିୟଦର୍ଶିନୀଙ୍କ ଶୁଭ ବିବାହ ଉତ୍ସବରେ ଯୋଗଦେଇ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ମନ୍ତ୍ରୀ। ଏହି ଅବସରରେ ସେ ନବଦମ୍ପତିଙ୍କ ବୈବାହିକ ଜୀବନ ସୁଖମୟ ହେଉ ବୋଲି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।