
ଭୁବନେଶ୍ୱର: ପୂର୍ବତନ ପ୍ରଶାସନିକ ଅଧିକାରୀ ସତ୍ୟ ପ୍ରକାଶ ନନ୍ଦଙ୍କ ବିୟୋଗରେ ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଗଭୀର ଶୋକ ପ୍ରକାଶ କରିଛନ୍ତି।
ଏକ ଶୋକ ବାର୍ତ୍ତାରେ ସେ କହିଛନ୍ତି ଯେ, “ସତ୍ୟ ପ୍ରକାଶ ନନ୍ଦ ଜଣେ ଦକ୍ଷ ପ୍ରଶାସକ ଭାବେ ପରିଚିତ ଥିଲେ। ୧୯୭୫ ମସିହାରେ ଭାରତୀୟ ପ୍ରଶାସନିକ ସେବାରେ ସେ ଯୋଗଦେଇଥିଲେ। ଦୀର୍ଘ ୩୬ ବର୍ଷରୁ ଅଧିକ କାର୍ଯ୍ୟକାଳ ମଧ୍ୟରେ ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ ଭାବରେ ଦାୟିତ୍ୱ ତୁଲାଇ ରାଜ୍ୟର ବିକାଶ ଦିଗରେ ସେ ନିଜର ଅମ୍ଳାନ ଯୋଗଦାନ ପ୍ରଦାନ କରିଛନ୍ତି। ତାଙ୍କର ଆକସ୍ମିକ ବିୟୋଗର ଖବର ପାଇ ମୁଁ ଅତ୍ୟନ୍ତ ମର୍ମାହତ। ଦିବଂଗତ ଆତ୍ମା ପ୍ରତି ମୁଁ ମୋର ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗ ପ୍ରତି ମୋର ସମବେଦନା ବ୍ୟକ୍ତ କରୁଛି।”