
ଡେରାଡୁନ– ଚମୋଲିର ମାଣା ନିକଟରେ ହିମସ୍ଖଳନ ଘଟଣାରେ ଏବେ ବି 4ଜଣ ଶ୍ରମିକ ଫସିରହିଛନ୍ତି । ଏହି ଶ୍ରମିକଙ୍କ ତଲାସ ପାଇଁ ରବିବାର ତୃତୀୟ ଦିବ ବି ରେସକ୍ୟୁ ଅଭିଯାନ ଜାରି ରହିଛି । ରେସକ୍ୟୁର ତୃତୀୟ ଦିନ 10 ଆହତଙ୍କୁ ଜ୍ୟୋତିର୍ମଠରେ ପହଂଚାଯାଇଛି । ଏସଡିଆରଏଫର ସଂଚାର ଟିମ୍ ଓ ଭିକ୍ଟିମ ଲୋକେଟିଂ ଓ ଥର୍ମାଲ ଇମେଜ କ୍ୟାମେରା ସହିତ ଯାଇଛନ୍ତି ।
ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହଧାମୀ ଡେରାଡୁନର ଆଇଟି ପାର୍କ ସ୍ଥିତ ଜରୁରୀ କଂଟ୍ରୋଲ ରୁମରେ ପହଂଚିଛନ୍ତି ଏବଂ ରେସକ୍ୟୁ ସଂପର୍କରେ ପଚାରି ବୁଝିଛନ୍ତି । 4ଜଣ ଶ୍ରମିକଙ୍କୁ ଖୋଜିବା ପାଇଁ ଅତ୍ୟାଧୁନିକ ଉପକରଣର ସହାୟତା ନିଆଯାଇଥିବା ସେ କହିଛନ୍ତି । ଜିପିଆର ଥର୍ମାଲ ଇମେଜିଂ କ୍ୟାମେରାର ବ୍ୟବହାର କରାଯାଉଛି ବୋଲି ସେ କହିଛନ୍ତି ।