
ନୂଆଦିଲ୍ଲୀ, ହରିଦ୍ୱାରରେ ମାଆ ଗଙ୍ଗାଙ୍କ ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ଏକ୍ସ ହ୍ୟାଣ୍ଡେଲରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଋଷିଙ୍କ ତପୋଭୂମି ହରିଦ୍ୱାରରେ ଆଜି ମାଆ ଗଙ୍ଗାଙ୍କ ପୂଜାର୍ଚ୍ଚନା କରିବାର ସୌଭାଗ୍ୟ ମିଳିଲା । ମୋକ୍ଷଦାୟିନୀ ମାଆ ଗଙ୍ଗାଙ୍କ କୋଳରେ ପବିତ୍ରତା, ଆସ୍ଥା, ଶ୍ରଦ୍ଧା ଓ ଶାନ୍ତିର ଅଦ୍ଭୁତ ଅନୁଭବ ହୋଇଥାଏ । ହର ହର ଗଙ୍ଗେ ।