
ଗଂଜାମ ,ଶେରବ୍ଳକର ପିତଳ ନୂତନ ପିଏଚସିରେ କାର୍ଯ୍ୟକାରୀ କମିଟି ବୈଠକ ଡାକ୍ତର ମାନସ ରଞ୍ଜନ ବିଷୋୟୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଯାଇଛି। ବୈଠକରେ ଆୟୁଷ ଡାକ୍ତରଖାନା ପାଇଁ ଦୁଇଟି ଆଲମୀରା କିଣିବା ପାଇଁ ନିଷ୍ପତ୍ତି ନିଆଯାଇଛି । ନୂତନ ପାଣିଟାଙ୍କି ସ୍ଥାପନ, ଆଇଏଲ ରୁମ୍ ପାଇଁ ଛଅଟି ରଵରମେଟ,ବାଲ୍ଟି ମଗ କିଣିବା , ୧୦,୦୦୦ ଓପିଡିଟିକଟ, ସାତଟି ରେଜିଷ୍ଟାର ସଂଗ୍ରହ ସହ ତୁଳସୀ ବଗିଚାରେ ଲୋକମାନେ ଵସିବା ପାଇଁ ଦୁଇଟି ସିମେଣ୍ଟ ବ୍ରାଞ୍ଚ ନିର୍ମାଣ ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ବୈଠକରେ ଆୟୁଷ ଡାକ୍ତର ଦେବାଶିଷ ଶତପଥୀ, ଫାର୍ମାସିଷ୍ଟ ବସନ୍ତ କୁମାର ସୁବୁଦ୍ଧି ସମେତ କମିଟିର ସଦସ୍ୟ ମାନେ ବୈଠକରେ ଅଂଶ ଗ୍ରହଣ କରିଥିଲେ।