
ବଲାଙ୍ଗିର, ମାର୍ଚ୍ଚ ୮ ତାରିଖ ଶନିବାର ଦିନ ବଲାଙ୍ଗିର , ପାଟଣାଗଡ ,ଟିଟିଲାଗଡ ,କଣ୍ଟାବାଞ୍ଜି ,ଲୋଇସିଂହା ,ସଇଁତଳା ,ମୁରିବାହାଲ ଓ ବଙ୍ଗୋମୁଣ୍ଡା ଅଦାଲତ ପରିସର ଓ ଜିଲ୍ଲାର ସମସ୍ତ ରାଜସ୍ବ ବିଭାଗ ତଥା ରାଷ୍ଟ୍ରୟତ ବ୍ୟାଙ୍କ, ଜିଲ୍ଲା ଶ୍ରମ ବିଭାଗ, ବିଏସଏନଏଲ , ମୁନିସିପାଲିଟି, ଜଳ ଯୋଗାଣ ବିଭାଗ , ଖାଉଟି ଫୌରମରେ ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ । ଏଥିରେ ସମସ୍ତ ପ୍ରକାରର ବିଚାରାଧୀନ ମକଦ୍ଦମା ଯଥା ଫୌଜଦାରୀ (ସାଲିସ ଯୋଗ୍ୟ ),ଚେକ ବାଉନ୍ସ ,ବ୍ୟାଙ୍କ ଋଣ ,ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ ,ଶ୍ରମ ଓ ନିଯୁକ୍ତି ବିବାଦ ,ବିଦ୍ୟୁତ ,ଜଳ ଓ ଅନ୍ୟାନ୍ୟ ବିଲ ଦେୟ ଜନିତ ବିବାଦ ,ବୈବାହିକ ବିବାଦ ,ଜମି ଅଧିଗ୍ରହଣ ,ଚାକିରୀ ସମ୍ବନ୍ଧୀୟ ଓ ଅନ୍ୟାନ୍ୟ ଦେୱାନୀ ମକଦ୍ଦମା ଇତ୍ୟାଦି ର ଆପୋଷ ସହମତି ରେ ସମାଧାନ କରାଯାଇପାରିବ । ଏହା ସହ ପ୍ରାକ ମକଦ୍ଦମା ସ୍ତରୀୟ ମାମଲା ତଥା ଚେକ ବାଉନ୍ସ ,ବ୍ୟାଙ୍କ ଋଣ, ଶ୍ରମ ଓ ନିଯୁକ୍ତି ବିବାଦ ,ବିଦ୍ୟୁତ ,ଜଳ ଓ ଅନ୍ୟାନ୍ୟ ସାଲିସ ଯୋଗ୍ୟ ) ଫୌଜଦାରୀ ଓ ଅନ୍ୟାନ୍ୟ ଦେୱାନୀ ମକଦ୍ଦମା ଇତ୍ୟାଦି ର ସମାଧାନ ମଧ୍ୟ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ର ହୋଇପାରିବ । ଲୋକ ଅଦାଲତ ରେ ମକଦ୍ଦମା ,ବିବାଦର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ କରିବାକୁ ପଡେନାହିଁ ଏବଂ ଲୋକ ଅଦାଲତ ର ରାୟ ବୈଧ ଓ ଚୁଡାନ୍ତ ଅଟେ । ଦୀର୍ଘଦିନ ଧରି ଚାଲୁଥିବା ମକଦ୍ଦମା ର ସହଜ ସମାଧାନ ପାଇଁ ଏବଂ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟ ରୁ ନିସ୍ତାର ପାଇଁ ଏହା ଏକ ସୁଯୋଗ । ଏ ସମ୍ପର୍କରେ ସବିଶେଷ ବିବରଣୀ ନିମନ୍ତେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ,ବଲାଙ୍ଗିର ଓ ତାଲୁକ ଆଇନ ସେବା କମିଟି ପାଟଣାଗଡ ,ଟିଟିଲାଗଡ ,କଣ୍ଟାବାଞ୍ଜି ,ଲୋଇସିଂହା ,ସଇଁତଳା ଓ ମୁରିବାହାଲ ସହ ଯୋଗାଯୋଗ କରିବା ପାଇଁ ଅନୁରୋଧ କରାଯାଉଛି ।