
ଭୁବନେଶ୍ୱର, ଭୁବନେଶ୍ୱରସ୍ଥିତ ୟୁବିସିସି କାର୍ଯ୍ୟାଳୟରେ ଆୟୋଜିତ ଅଖିଳ ଭାରତୀୟ ଆଶା କର୍ମଚାରୀ ମହାସଂଘର ତୃତୀୟ ତ୍ରୈବାର୍ଷିକ ଅଧିବେଶନରେ ସାମିଲ ହୋଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଏହା ଆଶା କର୍ମଚାରୀଙ୍କ ଅଧିକାର ଓ ସେମାନଙ୍କ ସଂଘର୍ଷ ଉପରେ ଆଲୋଚନା କରିବା ପାଇଁ ଅଦ୍ୱିତୀୟ ଅବସର ଥିଲା ବୋଲି ମନ୍ତ୍ରୀ କହିଛନ୍ତି ।
ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଯେ, ଆଶା କର୍ମଚାରୀ ଆମର ଫ୍ରଂଟଲାଇନ ୱାର୍କର ଅଟନ୍ତି, ଏବଂ ସେମାନଙ୍କ ଯୋଗଦାନକୁ କେବେ ଆମେ ପ୍ରତ୍ୟାଖ୍ୟାନ କରିପାରିବାନାହିଁ । ମୁଁ ସମସ୍ତ ଆଶା କର୍ମଚାରୀଙ୍କ ସମର୍ପଣ ଓ ପରିଶ୍ରମ ପାଇଁ ସେମାନଙ୍କୁ ଧନ୍ୟବାଦ ଜଣାଉଛି । ସରକାରଙ୍କ ଏହି ସଂକଳ୍ପ ଯେ, ଆଶା କର୍ମଚାରୀଙ୍କ ବିକାଶ ସୁନିଶ୍ଚିତ କରାଯାଉ ଏବଂ ସେମାନଙ୍କ ଅଧିକାରର ସଂପୂର୍ଣ୍ଣ ସୁରକ୍ଷା କରାଯାଉ ।