
ଲକ୍ଷ୍ନୌ– ବହୁଜନ ସମାଜ ପାର୍ଟିର ରାଜ୍ୟ କାର୍ଯ୍ୟାଳୟରେ ରବିବାର ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀ ବୈଠକରେ ବଡ ନିଷ୍ପତି ନେଇଛନ୍ତି । ସେ ତାଙ୍କ ପୁତୁରା ଆକାଶ ଆନନ୍ଦଙ୍କୁ ପାର୍ଟିର ସମସ୍ତ ପଦରୁ ହଟାଇ ଦେଇଛନ୍ତି । ତାଙ୍କ ସ୍ଥାନରେ ଭାଇ ଆନନ୍ଦ କୁମାର ଓ ରାମଜୀ ଗୌତମଙ୍କୁ ପାର୍ଟିର ରାଷ୍ଟ୍ରୀୟ କୋଅର୍ଡିନେଟର କରିଛନ୍ତି । ସେମାନଙ୍କ ଦାୟିତ୍ୱ ସଂପର୍କରେ ବି କୁହାଯାଇଛି ।
ମାୟାବତୀ ତାଙ୍କ ବୟାନରେ କହିଛନ୍ତି ଯେ, ଆକାଶ ଆନନ୍ଦଙ୍କୁ ପାର୍ଟିର ସମସ୍ତ ପଦରୁ ହଟାଇ ଦିଆଯାଇଛି । ଆକାଶ ଆନନ୍ଦଙ୍କୁ ହଟାଇବା ପଛରେ ତାଙ୍କ ଶ୍ୱଶୁର ଅଶୋକ ସିଦ୍ଧାର୍ଥଙ୍କୁ ସେ ଦାୟୀ କରିଛନ୍ତି । ଅଶୋକ ପାର୍ଟିକୁ କ୍ଷତି ପହଂଚାଇବା ସହ ଆକାଶଙ୍କ ରାଜନୈତିକ କ୍ୟାରିୟର ବି ଖରାପ କରିଛନ୍ତି । ଆକାଶଙ୍କ ସ୍ଥାନରେ ତାଙ୍କ ଛୋଟ ଭାଇ ଆନନ୍ଦ କୁମାର ହିଁ ଦଳର ସମସ୍ତ କାର୍ଯ୍ୟ କରିବେ ।