
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦ୍ୱିପ୍ରହର ସମୟରେ ପ୍ରାୟ ସାଢେ 12ଟା ବେଳେ ଭିସି ମାଧ୍ୟମରେ କୃଷି ଓ ଗ୍ରାମିଣ ସମୃଦ୍ଧି ବିଷୟ ଉପରେ ବଜେଟ୍ ଉପରେ ୱେବିନାରକୁ ସଂବୋଧିତ କରିବେ ।
ୱେବିନାରର ଉଦ୍ଦେଶ୍ୟ ଚଳିତ ବର୍ଷର ବଜେଟ୍ ଘୋଷଣାର ପ୍ରଭାବୀ କ୍ରିୟାନ୍ୱୟନର ରଣନୀତି ଉପରେ କେନ୍ଦ୍ରିତ ଆଲୋଚନା ପାଇଁ ପ୍ରମୁଖ ସଂବଧିତ ପକ୍ଷକୁ ଏକସଙ୍ଗରେ ଆଣିବା । କୃଷି ବିକାଶ ଓ ଗ୍ରାମିଣ ସମୃଦ୍ଧି ଉପରେ ବଳ ଦେବା ସହିତ ଏହି ଅଧିବେଶନ ବଜେଟ୍ ଦୃଷ୍ଟିକୋଣକୁ କାର୍ଯ୍ୟାନୁଷ୍ଠାନ ଯୋଗ୍ୟ ପରିଣାମରେ ବଦଳାଇବା ପାଇଁ ସହଯୋଗକୁ ପ୍ରୋତ୍ସାହିତ କରିବା ।