
ଭୁବନେଶ୍ଵର ,ରାଜ୍ୟରେ ବନ୍ଦ ହୋଇଥିବା ସମସ୍ତ ସରକାରୀ ବିଦ୍ୟାଳୟ ଅବିଳମ୍ବେ ଖୋଲିବା, ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟଗୁଡିକରେ ଆବଶ୍ୟକୀୟ ଶିକ୍ଷକ, ଅଧ୍ୟାପକ ଏବଂ ଶିକ୍ଷା କର୍ମଚାରୀ ପଦବୀ ତୁରନ୍ତ ସ୍ଥାୟୀ ଭିତ୍ତିରେ ପୂରଣ କରିବା, ଅବିଳମ୍ବେ ପ୍ରତ୍ୟକ୍ଷ ଛାତ୍ର ସଂସଦ ନିର୍ବାଚନର ତାରିଖ ଘୋଷଣା କରିବା, ଛାତ୍ରଛାତ୍ରୀଙ୍କୁ ସମସ୍ତ ବସ୍ ରେ ଫ୍ରି ବସ୍ ପାସ୍ ଯୋଗାଇଦେବା, ୟୁଜିସି ଚିଠା ନିୟାମକ -୨୦୨୫ ତୁରନ୍ତ ବାତିଲ କରିବା, ଶିକ୍ଷା ଧ୍ୱଂସକାରୀ ଜାତୀୟ ଶିକ୍ଷା ନୀତି -୨୦୨୦ (ଘଋଚ – ୨୦୨୦) ତୁରନ୍ତ ବାତିଲ କରିବା, ପ୍ରଥମ ଶ୍ରେଣୀରୁ ପାସ୍ – ଫେଲ୍ ବ୍ୟବସ୍ଥା ପୁନଃ ପ୍ରଚଳନ କରିବା, ଶିକ୍ଷାର ଘରୋଇକରଣ ଏବଂ ବ୍ୟବସାୟୀକରଣ ବନ୍ଦ କରିବା, ଛାତ୍ରଛାତ୍ରୀମାନଙ୍କ ନିରାପତ୍ତାକୁ ସୁନିଶ୍ଚିତ କରିବା, ଅଶ୍ଳୀଳତା, ଅପସଂସ୍କୃତି ଓ ମଦ ମାଦକ ଦ୍ରବ୍ୟର ପ୍ରଚାର ପ୍ରସାର ବନ୍ଦ କରିବା ପ୍ରଭୃତି ୧୦ ଦଫା ଦାବି କୁ ନେଇ ଏଆଇଡିଏସଓ ରାଜ୍ୟରେ ଦଶ ଲକ୍ଷ ଦସ୍ତଖତ ସଂଗ୍ରହ ଅଭିଯାନରେ ଓହ୍ଲାଇଛି । ଆସନ୍ତା ଦିନରେ ଏହି ସମସ୍ତ ଦାବିକୁ ନେଇ ରାଜ୍ୟସ୍ତରୀୟ କାର୍ଯ୍ୟପନ୍ଥା ସ୍ଥିର କରିବା ଉଦ୍ଧେଶ୍ୟରେ ମାର୍ଚ୍ଚ ୯ ଭୁବନେଶ୍ୱର ସ୍ଥିତ ଲୋହିଆ ଏକାଡେମୀରେ ଏଆଇଡିଏସଓ ଉଦ୍ୟୋଗରେ ଏକ ରାଜ୍ୟସ୍ତରୀୟ ଶିକ୍ଷା କନ୍ଭେନ୍ସନ୍ ଅନୁଷ୍ଠିତ ହେବ । ଏହି ଶିକ୍ଷା କନ୍ଭେନ୍ସନ୍ ରେ ରାଜ୍ୟର ସମସ୍ତ ଜିଲ୍ଲାରୁ ଛାତ୍ର, ଶିକ୍ଷକ, ଅଭିଭାବକ ପ୍ରତିନିଧି ଭାବେ ଯୋଗ ଦେବେ । ରାଜ୍ୟର ପ୍ରମୂଖ ଶିକ୍ଷାବିତ୍ତଙ୍କ ସହ ଏଆଇଡିଏସଓ ର କେନ୍ଦ୍ରୀୟ ନେତୃବୃନ୍ଦ ଏହି ଶିକ୍ଷା କନ୍ଭେନ୍ସନ୍ ରେ ବକ୍ତବ୍ୟ ରଖିବେ । ଏଆଇଡିଏସଓ ରାଜ୍ୟ ସଭାପତି ସୋମନାଥ ବେହେରା ଓ ସମ୍ପାଦକ ସିଦ୍ଧାର୍ଥ ରଥ ଶିକ୍ଷା-ସଂସ୍କୃତି-ମାନବତା ର ସୁରକ୍ଷା ପାଇଁ ଏହି କାର୍ଯ୍ୟକ୍ରମକୁ ସଫଳ କରିବାକୁ ରାଜ୍ୟର ଛାତ୍ର ସମାଜ ତଥା ଶିକ୍ଷା ପ୍ରେମୀ ଜନଗଣଙ୍କୁ ଏକ ପ୍ରେସ ବିବୃତ୍ତି ଜରିଆରେ ଆବେଦନ କରିଛନ୍ତି