
ଭୁବନେଶ୍ଵର ,ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)ରୁ ଫେବୃଆରୀ ୨୦୨୫ରେ ଅବସର ନେଲେ ୭ ଜଣ କର୍ମଚାରୀ । ଏହି ଉପଲକ୍ଷେ ଆୟୋଜିତ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାରେ ମାନନୀୟା ମେୟର ଶ୍ରୀମତୀ ସୁଲୋନଚା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାଂସ୍କୃତିକ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଶ୍ରୀ ମିହିର କୁମାର ରାଉତ, ଫାଇନାନ୍ସ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଶ୍ରୀ ରାଜକିଶୋର ଦାସ, ଅତିରିକ୍ତ କମିଶନର ଶ୍ରୀ ଶୁଭେନ୍ଦୁ କୁମାର ସାହୁ, ଡ୍ରେନେଜ୍ ଜିଭିଜନ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶ୍ରୀ ପ୍ରିୟବ୍ରତ ବେହେରା ପ୍ରମୁଖ ମଂଚାସୀନ ଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଅବସର ଗ୍ରହଣ କରିଥିବା ବିଶୋଧକ ଗୋପାଳଚନ୍ଦ୍ର ଦାସ, କନିଷ୍ଠ ସହାୟକ ଭଗବାନ ପ୍ରଧାନ, ଟାକ୍ସ କଲେକ୍ଟର ରବିନାରାୟଣ ମିଶ୍ର, ସୁଇପର ରବି ନାଏକ, ରେଣୁ ଦେଇ, ମିନାକ୍ଷୀ ନାଏକ ଓ ଡମ୍ବରୁଧର ଗୋଚ୍ଛାୟତଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ, ଉପହାର ସହ ପ୍ରୋଭିଜନାଲ ପେନସନ୍ ପ୍ରଦାନ କରିଥିଲେ ।
ଦୀର୍ଘ ବର୍ଷ ଧର ବିଏମ୍ସିରେ କାମ କରିଆସିଆସିଥିବା ଏହି କର୍ମଚାରୀଙ୍କ କଠୋର ପରିଶ୍ରମରେ ଆଜି ବିଏମ୍ସି ସମଗ୍ର ଦେଶରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି । ଆଗାମୀ ଦିନରେ ନୂତନ ପିଢି ସେହିମାନଙ୍କ କର୍ମ ପଦ୍ଧତି ଆପଣେଇବେ ଏବଂ ବିଏମ୍ସିକୁ ଆଗକୁ ନେବେ ବୋଲି ମାନନୀୟା ମେୟର କହିଛନ୍ତି ।
ଭୁବନେଶ୍ୱର ମହାନଗର ନିଗମ ରିକ୍ରେସନ କ୍ଲବ ପକ୍ଷରୁ ଆୟୋଜିତ ଏହି ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ମଂଚ ପରିଚାଳନା କରିଥିଲେ ରିକ୍ରେସନ କ୍ଲବର ସାଧାରଣ ସଂପାଦକ ଶ୍ରୀ ଶୁଭକାନ୍ତ ପାଢୀ । ସହାୟତା କରିଥିଲେ ରିକ୍ରେସନ କ୍ଲବର କୋଷାଧ୍ୟକ୍ଷ ସନ୍ତୋଷ କୁମାର ମହାନ୍ତି ଏବଂ ସହସଂପାଦକ ଅକ୍ଷୟ କୁମାର ସ୍ୱାଇଁ ।