ବୌଦ୍ଧ- ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ମିନି ଷ୍ଟାଡିୟମରେ ଚାଲିଥିବା ରାଜ୍ୟସ୍ତରୀୟ ୪ର୍ଥ ମା ଭୈରବୀ କପ୍ ଫୁଟବଲ୍ ଟୁର୍ଣ୍ରାମେଂଟର ଆଜି ଥିଲା ଗ୍ରୁପ ବି ର ସେମିଫାଇନାଲ ମ୍ୟାଚ । ଆଜି ସମ୍ବଲପୁର କ୍ରୀଡା ଛାତ୍ରାବାସ ସହିତ ବାରିପଦା କ୍ରୀଡା ଛାତ୍ରାବାସ ମଧ୍ୟରେ ଖେଳ ଅନୁÂିତ ହୋଇଥିଲା । ଏହି ସଂଘର୍ଷପୁର୍ଣ୍ଣ ମ୍ୟାଚ ର ନିର୍ଦ୍ଧାରିତ ସମୟସୀମା ଭିତରେ କେହି କାହାରିକୁ ଗୋଲ ଦେଇ ନପାରିବାରୁ ଟ୍ରାଇବେକର ର ସହୟତା ନିଆଯାଇଥିଲା । ଟ୍ରାଇକେବର ରେ ବାରିପଦା ଟିମ୍ ୫-୪ ଗୋଲରେ ସମ୍ବଲପୁର ଦଳ କୁ ହରାଇ ଫାଇନାଇରେ ପ୍ରବେଶ କରିଛି । ମୁଖ୍ୟ ଅତିଥି ଭାବେ ବୌଦ୍ଧ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଭି ରଘୁନାଥ ରାଓ, ସମ୍ମାନିତ ଅତିଥି ଭାବେ ଶୁଶାନ୍ତ ପ୍ରଧାନ ଯୋଗ ଦେଇଥିଲେ । ଶେଷଦେବ ବେହରା ମୁଖ୍ୟ ରେଫର ଭାବେ ଖେଳ ପରିଚାଳନା କରିଥିଲେ । ପ୍ରବୀଣ କୁମାର ବେହେରା, ସୁରେନ୍ଦ୍ର କୁମାର ବେହେରା , ଶ୍ରୀକାନ୍ତ ଦାଶିଆ ଲାଇନରେ , ୪ ର୍ଥ ରେଫର ସଂଞ୍ଜୟ କୁମାର ଜେନା , ମ୍ୟାଚ କମିସନର ଭାବେ ଉମା ଶଙ୍କର ରାଉତ ଖେଳ ପରିଚାଳନା କରିଥିଲେ । ଆସୋସିଏସନ ର ସଭାପତି ସୁରେନ୍ ପ୍ରଧାନ, ସମ୍ପାଦକ ପ୍ରାଣବନ୍ଧୁ ସାହୁ, ସଂଯୋଜକ ସୁକାନ୍ତ ପଟ୍ଟନାୟକ, ଆବାହକ ପ୍ରଦତ୍ତ ଭୋକ୍ତା , କ୍ୟାସିଅର ସତିସ ବେହେରା , କୈଳାସ ଅଗ୍ରଓାଲା , ଅଜିତ୍ ଦେହୁରୀ , ଶୁଭ୍ରଜିତ ପ୍ରଧାନ , ସିପୁନ , ପ୍ରମୁଖ ସହଯୋଗ କରିଥିଲେ । ଯୁକ୍ତ ୨ ବିଦ୍ୟାଳୟ ର ଅଧ୍ୟକ୍ଷ ମନୋଜ କୁମାର ପାଠୀ ଧାର ବିବରଣି ପାଠ କରିଥିଲେ । ଆସନ୍ତାକାଲି ଫାଇନାଲ୍ ମ୍ୟାଚ ରାଉଲକେଲା ୟୁନାଇଟେଡ୍ ସ୍ପୋର୍ଟିଂ ସହିତ ବାରିପଦା କ୍ରୀଡା ଛାତ୍ରାବାସ ମଧ୍ୟରେ ଅନୁÂିତ ହେବ ବୋଲି ଆସୋସିଏସନ ସୁତ୍ରରୁ ପ୍ରକାଶ ।