
ଗୋପେଶ୍ୱର– ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଶନିବାର ଚମୋଲି ଜିଲ୍ଲାର ଜ୍ୟୋତିର୍ମଠରେ ପହଂଚିଛନ୍ତି । ଏଠାରେ ସେ ବଦ୍ରିନାଥ ଧାମର ମାଣା ଅଂଚଳରେ ହୋଇଥିବା ହିମସ୍ଖଳନରେ ଆହତ ହୋଇଥିବା ଶ୍ରମିକଙ୍କୁ ସେନା ହସ୍ପିଟାଲରେ ଭେଟି ସେମାନଙ୍କ ହାଲଚାଲ୍ ପଚାରି ବୁଝିଛନ୍ତି । ଏହି ଆହତ ଶ୍ରମିକଙ୍କୁ ରେସକ୍ୟୁ କରିବା ପରେ ଜ୍ୟୋତିର୍ମଠ ସ୍ଥିତ ହସ୍ପିଟାଲ ଅଣାଯାଇଥିଲା । ଏହାପରେ ମୁଖ୍ୟମନ୍ତ୍ରୀ ଆକାଶମାର୍ଗରୁ ଘଟଣାସ୍ଥଳ ନିରୀକ୍ଷଣ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଧାମୀ କହିଛନ୍ତି ଯେ, ଯେଉଁ ଲୋକ ରେସକ୍ୟୁ କରାଯାଇଛି, ସେମାନଙ୍କୁ ଜ୍ୟୋତିର୍ମଠ ଅଣାଯାଇଛି । ସମସ୍ତଙ୍କ ଉପଚାର କରାଯାଉଛି । ମୁଖ୍ୟମନ୍ତ୍ରୀ ଆହତଙ୍କୁ ଯଥା ସମ୍ଭବ ସହାୟତା ଯୋଗାଇ ଦେବା କଥା କହିଛନ୍ତି ।