
ନୂଆଦିଲ୍ଲୀ– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଆୟୋଜିତ ଏନଏକ୍ସଟି କନକ୍ଲେଭରେ ଅଷ୍ଟ୍ରେଲିଆର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ଏବଟ ଓ ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେଙ୍କ ସହିତ ଅନେକ ବିଶ୍ୱ ନେତାଙ୍କୁ ଭେଟିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ତମାମ ନେତାଙ୍କ ସହିତ ସାକ୍ଷାତ କରିବାର ଫଟୋ ସେୟାର କରିଛନ୍ତି । ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି ଯେ, ନିଜ ଭଲ ବନ୍ଧୁ ଓ ଅଷ୍ଟ୍ରେଲିଆର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ଏବଟଙ୍କୁ ଭେଟି ବହୁତ ଖୁସି ହୋଇଛି । ସେ ସବୁବେଳେ ଭାରତର ମିତ୍ର ରହିଛନ୍ତି । ଆମେ ସମସ୍ତେ ତାଙ୍କୁ ତାଙ୍କର ବର୍ତ୍ତମାନ ଯାତ୍ରା ସମୟରେ ମିଲେଟ୍ସର ଆନନ୍ଦ ନେଉଥିବାରୁ ଦେଖିଛୁ ।
ମୋଦି କହିଛନ୍ତି ଯେ, ଏନଏକ୍ସଟି କନକ୍ଲେଭରେ ମୋର ବନ୍ଧୁ ରାନିଲ ବିକ୍ରମସିଂଘେଙ୍କୁ ଭେଟିଛି । ମୁଁ ସବୁବେଳେ ଆମ ଆଲୋଚନାକୁ ଅପେକ୍ଷା କରୁଛି ଏବଂ ବିଭିନ୍ନ ପ୍ରସଙ୍ଗ ଉପରେ ତାଙ୍କ ଦୃଷ୍ଟିକୋଣର ପ୍ରଶଂସା କରୁଛି ।
ପ୍ରଧାନମନ୍ତ୍ରୀ ଏନଏକ୍ସଟି କନକ୍ଲେଭରେ ୟୁନିଭର୍ସିଟି ଅଫ୍ କେମ୍ବ୍ରିଜ ବିଜନେସ ସ୍କୁଲର ଇନୋଭେସନ ହବର ଲିଡ୍ ପ୍ରଫେସର କାର୍ଲୋସ ମୋଟେସରୁ ଭେଟି ଲେଖିଛନ୍ତି ଯେ, ଆଜି ଏନଏକ୍ସଟି କନକ୍ଲେଭରେ କାର୍ଲେସ ମୋଟେସଙ୍କ ସହ ଆଲୋଚନା କରିଛନ୍ତି । ସେ ସାମାଜିକ ନବାଚାରକୁ ଆଗକୁ ବଢାଇବାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛନ୍ତି । ସେ ଡିଜିଟାଲ ପ୍ରଯୁକ୍ତିବିଦ୍ୟା, ଫିଟନେସ ଓ ଅନ୍ୟ କ୍ଷେତ୍ରରେ ଭାରତର ପ୍ରଗତିର ପ୍ରଶଂସା କରିଛନ୍ତି ।