
ସୁକମା,ମାର୍ଚ୍ଚଛତିଶଗଡର ସୁକମା ଜିଲ୍ଲାରେ ଶନିବାର ସକାଳେ ସୁରକ୍ଷାବଳ-ନକ୍ସଲ ମୁହାଁମୁହିଁ ହୋଇଛନ୍ତି । ଏବେ ଉଭୟ ପକ୍ଷ ମଧ୍ୟରେ ଫାୟାରିଂ ଜାରି ରହିଛି । ଏହି ଗୁଳି ବିନିମୟରେ ଏବେ ଦୁଇ ନକ୍ସଲ ନିହତ ହୋଇଥିବାର ଖବର ରହିଛି ।
ନକ୍ସଲ ପ୍ରଭାବିତ ସୁକମା ଜିଲ୍ଲାର କିଷ୍ଟାରାମ ଥାନା ଅଂଚଳରେ ବହୁ ସଂଖ୍ୟାରେ ନକ୍ସଲ ଉପସ୍ଥିତି ଥିବାର ସୂଚନା ମିଳିବା ପରେ ଡିଆରଜି ଓ କୋବରା ବାଟାଲିୟନ ମିଳିତ ଟିମ୍ ଘଟଣାସ୍ଥଳକୁ ବାହାରିଥିଲେ । ଘଟଣାସ୍ଥଳରେ ପହଂଚିବା ପୂର୍ବରୁ ହିଁ ନକ୍ସଲମାନେ ଯବାନଙ୍କ ଉପରେ ଗୁଳି ଚଳାଇବା ଆରମ୍ଭ କରିଦେଇଥିଲେ । ଆକ୍ରମଣକୁ ଦେଖି ଯବାନମାନେ ବି ଗୁଳି ଚଳାଇଥିଲେ । ଏବେ ଯବାନ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି ।