
ଭୂବନେଶ୍ୱର,ଓଡ଼ିଶାର ସୁନାମଧନ୍ୟ ଅଭିନେତା ଉତ୍ତମ ମହାନ୍ତିଙ୍କ ପରଲୋକରେ ରାଜ୍ୟପାଳ ଡ଼କ୍ଟର ହରି ବାବୁ କମ୍ଭମପାଟି ଗଭୀର ଶୋକପ୍ରକାଶ କରିଛନ୍ତି। ନିଜ ଶୋକବାର୍ତ୍ତାରେ ରାଜ୍ୟପାଳ କହିଛନ୍ତି ଯେ, ଓଡ଼ିଶା ଚଳଚ୍ଚିତ୍ର ଜଗତରେ ଉତ୍ତମ ମହାନ୍ତି ଥିଲେ ଜଣେ ଆଇକନ ।
ତାଙ୍କର ପରଲୋକରେ ଓଡ଼ିଆ ସିନେମା ଜଗତରେ ଅପୂରଣୀୟ କ୍ଷତି ଘଟିଛି ।
ନିଜର ପ୍ରତିଭା ଓ ଅଭିନୟ ଦକ୍ଷତା ପାଇଁ ଜଣେ ଲୋକପ୍ରିୟ ଅଭିନେତା ଭାବେ ରାଜ୍ୟରେ ସୁପରିଚିତ ଥିଲେ। ଚଳଚ୍ଚିତ୍ର ଜଗତକୁ ସମୃଦ୍ଧ କରିବାରେ ସ୍ବର୍ଗତ ମହାନ୍ତିଙ୍କର ବଳିଷ୍ଠ ଭୂମିକା ରହିଛି । କେବଳ ଓଡ଼ିଆ ଚଳଚ୍ଚିତ୍ର ନୁହେଁ ବଙ୍ଗଳା ଓ ହିନ୍ଦୀ ଚଳଚ୍ଚିତ୍ରରେ ମଧ୍ୟ ସେ ନିଜର ଅଭିନୟର ଦକ୍ଷତା ପ୍ରଦର୍ଶନ କରିପାରିଥିଲେ ।
ତାଙ୍କର ପରଲୋକରେ ରାଜ୍ୟପାଳ ଗଭୀର ଶୋକପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାର, ଆତ୍ମୀୟ ସ୍ୱଜନ ଓ ପ୍ରଶଂସକ ମାନଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।