
ଭୁବନେଶ୍ୱର– ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଦ୍ୱିପ୍ରହରରେ ଲୋକପ୍ରିୟ ଚଳଚ୍ଚିତ୍ର ଅଭିନେତା ସ୍ଵର୍ଗତ ଉତ୍ତମ ମହାନ୍ତିଙ୍କ ବାସଭବନରେ ପହଂଚି ତାଙ୍କର ଶେଷ ଦର୍ଶନ କରିଛନ୍ତି ।
ଏହି ଅବସରରେ ସେ ସହ ପରିବାର ଲୋକଙ୍କ ସହ କଥା ହେବା ସହ ଦୁଃଖରେ ମ୍ରିୟମାଣ ପରିବାରକୁ ଭଗବାନ ଅସୀମ ଶକ୍ତି ଓ ଧୈର୍ଯ୍ୟ ଦେବା ଓ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।