
ଭୁବନେଶ୍ୱର,ଓଡ଼ିଆ ଚଳଚ୍ଚିତ୍ର ଜଗତର ଅନନ୍ୟ ନାୟକ ଉତ୍ତମ ମହାନ୍ତିଙ୍କ ବିୟୋଗ ଓଡ଼ିଆ ସିନେ ଜଗତ ପ୍ରତି ଏକ ଅପୂରଣୀୟ କ୍ଷତି l ଏକ ଶୋକ ବାର୍ତ୍ତାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ କହିଛନ୍ତି ଯେ ସ୍ବର୍ଗତ ମହାନ୍ତି ଜଣେ ଲୋକପ୍ରିୟ ଚଳଚ୍ଚିତ୍ର ନାୟକ ଭାବେ ଅଭିନୟ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ଯାଇଛନ୍ତି।
ଓଡ଼ିଆ ସହ ଅନେକ ବଙ୍ଗାଳି ଓ ଏପରିକି ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରି ନିଜ ଦକ୍ଷତାର ପରିଚୟ ଦେଇଛନ୍ତି ଲ
ଦିବଂଗତ ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ମନ୍ତ୍ରୀ ଶ୍ରୀ ପାତ୍ର ସମବେଦନା ଜ୍ଞାପନ କରିଛନ୍ତି l