
ମହାକୁମ୍ଭନଗର– ବିଶ୍ୱର ସବୁଠୁ ବଡ ସନାତନ ଧର୍ମର ପ୍ରୟାଗରାଜ ମହାକୁମ୍ଭର ଅନ୍ତିମ ସ୍ନାନ ପର୍ବ ମହାଶିବରାତ୍ରିର ସକୁଶଳ ସଂପନ୍ନ ହେବା ପରେ ବି ଗୁରୁବାର ଶ୍ରଦ୍ଧାଳୁଙ୍କ ଆଗମନ ଜାରି ରହିଛି । ସକାଳୁ ଲକ୍ଷାଧିକ ଭକ୍ତ ପତିତ ପାବନୀ ମାଆ ଗଙ୍ଗା, ଯମୁନା, ଓ ସରସ୍ୱତୀଙ୍କ ପବିତ୍ର ସଙ୍ଗମରେ ଆସ୍ଥାର ବୁଡ ପକାଇଛନ୍ତି । ଏଥିପାଇଁ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି ।
ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ଜଳ ପୋଲିସ, ସ୍କୁବା, ଏନଡିଆରଏଫ ଟିମ ଓ ସିଆରପିଏଫ, ପିଏସି ସମେତ ଅନ୍ୟ ସମସ୍ତ ସୁରକ୍ଷା ଏଜେନ୍ସି ଲଗାତର ନଜର ରଖିଛନ୍ତି । ଏହା ବ୍ୟତୀତ ସମସ୍ତ ଘାଟରେ ସିସିଟିଭି କ୍ୟାମେରା ଓ ଡ୍ରୋନ ମାଧ୍ୟମରେ ଭିଡ ନିୟନ୍ତ୍ରଣ ସହିତ ସୁରକ୍ଷା କଡାକଡି କରାଯାଇଛି ।