
ବଲାଙ୍ଗିର,ବଲାଙ୍ଗିର ଜିଲ୍ଲା ଦେଓଗାଁ ବାବେଜୁରୀ ଗାଁରେ ବରକୁ ହତ୍ୟା ଉଦ୍ୟମ ଅଭିଯୋଗରେ ୮ ଜଣଙ୍କୁ ଗିରଫ କରିଥିଲା ଦେଓଗାଁ ପୋଲିସ | ଗତକାଲି ମୁଖ୍ୟ ଅଭିଯୁକ୍ତ ମହଲେଇ ଗାଁର ସୁଶାନ୍ତ ବିଶ୍ୱାଳକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ | କଳାହାଣ୍ଡି ଜିଲ୍ଲା ମୋହନଗିରି ଗାଁରୁ ସୁଶାନ୍ତକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ | ଅନ୍ୟ ଗିରଫ ୮ ଜଣ ଗିରଫ ମାନେ ହେଉଛନ୍ତି କୁକୁରଖାଇ, ଭୀମଡୁଙ୍ଗରି ଏବଂ ଥାଳବନ୍ଧ ଗାଁର | ସୁପାରୀ ଦେଇ ବର ଗାଇବାହାଲ ଗାଁର ରାଜକୁମାର ପ୍ରଧାନକୁ ହତ୍ୟା କରିବା ପାଇଁ ମହଲେଇ ଗାଁ ର ସୁଶାନ୍ତ ବିଶ୍ୱାଳ ସୁପାରୀ ଦେଇଥିଲା | ଜମି ବିବାଦରୁ ପ୍ରତିଶୋଧ ନେବା ପାଇଁ ସୁଶାନ୍ତ ବିଶ୍ୱାଳ ସୁପାରୀ ଦେଇଥିଲା | ଦେଓଗାଁ ପୋଲିସ ଅଧିକ ତଦନ୍ତ ଜାରୀ ରଖିଛି |