
ଅଯୋଧ୍ୟା– ମହାଶିବରାତ୍ରୀର ପବିତ୍ର ପର୍ବ ଅବସରରେ ଶ୍ରୀରାମଜନ୍ମଭୂମି ମନ୍ଦିର ପ୍ରାଙ୍ଗଣରେ କୁବେର ଟିଲାରେ ସ୍ଥାପିତ ଶିବାଳୟରେ ଭକ୍ତମାନେ ଭଗବାନ ଶଙ୍କରଙ୍କର ପୂଜାର୍ଚ୍ଚନା କରିଛନ୍ତି । ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ କହିଛି ଯେ, ମନ୍ଦିରରେ ଅପାର ଜନସାଗର ପ୍ରଭୁ ଶ୍ରୀ ରାମଲଲା ସରକାରଙ୍କୁ ଦର୍ଶନ ପାଇଁ ଲଗାତର ଭାବେ ବଢୁଛି ।
ରାମନଗରୀରେ ମହା ଶିବରାତ୍ରୀ ଅବସରରେ ପୁଣି ଥରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ବହୁସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଦର୍ଶନ ପର୍ବ ସନ୍ଧ୍ୟା ଯାଏ ଜାରି ରହିଥିଲା । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଘାଟରେ ସ୍ନାନ ପରେ ଦାନ କରି ପୁଣ୍ୟ କମାଇଛନ୍ତି । ପ୍ରତିଦିନ ପ୍ରାୟ 10ରୁ 15ଲକ୍ଷ ଶ୍ରଦ୍ଧାଳୁ ଅଯୋଧ୍ୟା ପହଂଚିଛନ୍ତି ।