
ଭାଟିକାନ ସିଟି– ପୋପ୍ ଫ୍ରାନ୍ସିନଙ୍କ ସ୍ୱାସ୍ଥ୍ୟରେ ଗତ 24 ଘଂଟାରେ ସାମାନ୍ୟ ସୁଧାର ଆସିଛି । ଭାଟିକାନ ପ୍ରେସ କାର୍ଯ୍ୟାଳୟ ବୁଧବାର ସନ୍ଧ୍ୟାରେ ଜାରି ସ୍ୱାସ୍ଥ୍ୟ ବୁଲେଟିନରେ କୁହାଯାଇଚି ଯେ, ଗତ କିଛି ଦିନରୁ ଦେଖାଯାଉଥିବା ସାମାନ୍ୟ କିଡନୀ ସମସ୍ୟା ଏବେ ଠିକ୍ ହୋଇଛି ।
ପୋପ୍ ଫ୍ରାନ୍ସିନଙ୍କ ଫୁସଫୁସ ଫୁଲା ଜାରି ରହିଛି ଏବଂ ତାଙ୍କ ଛାତିର ସିଟି ସ୍କାନ ସାମାନ୍ୟ ରିକଭର ଦର୍ଶାଉଛି । ତାଜା ରକ୍ତ ପରୀକ୍ଷଣରେ ତାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିଥିବା ଜଣାପଡିଛି ।