
ଭୁବନେଶ୍ୱର– ଚନ୍ଦ୍ରଶେଖର ଆଜାଦଙ୍କ ସ୍ମୃତିଚାରଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଭାରତ ମାତାର ବୀର ସୁପୁତ୍ର ଚନ୍ଦ୍ରଶେଖର ଆଜାଦ ତାଙ୍କ ଅଦମ୍ୟ ସାହସ ଓ ଅତୁଟ ରାଷ୍ଟ୍ରଭକ୍ତିରେ ଏହି ସିଦ୍ଧ କରିଥିଲେ ଯେ, ଦେଶସେବାଠାରୁ ବଡ କୌଣସି ଧର୍ମ ନାହିଁ । ନିଜ ନେତୃତ୍ୱରେ ସେ ଯୁବକଙ୍କୁ ସ୍ୱାଧୀନତା ସଂଗ୍ରାମ ସହ ଯୋଡିଥିଲେ ଏବଂ ବ୍ରିଟିଶ ଶାସନର ମୂଳଦୁଆ ଦୋହଲାଇଦେଇଥିଲେ । ତାଙ୍କ ବଳିଦାନ ସ୍ୱାଧୀନତା ସଂଗ୍ରାମର ସେ ଜ୍ୱଳା ସୃଷ୍ଟି କରିଥିଲେ, ଯେଉଁଥିରେ ରାଷ୍ଟ୍ରଭକ୍ତିର ଭାବନାକୁ ଆହୁରି ପ୍ରଖର ହୋଇଥିଲା । ତାଙ୍କ ଅମର ଗାଥା ଆମକୁ ସର୍ବଦା ମତୃଭୂମି ପ୍ରତି କର୍ତ୍ତବ୍ୟ ନିଭାଇବା ପାଇଁ ପ୍ରେରଣା ଦେଉଥିବ । ଚନ୍ଦ୍ରଶେଖର ଆଜାଦଙ୍କୁ ବଳିଦାନ ଦିବସ ଅବସରରେ କୋଟି କୋଟି ପ୍ରଣାମ କରୁଛି ।