
ଭୁବନେଶ୍ୱର– କ୍ୟାପିଟାଲ ହସ୍ପିଟାଲ ଏକ୍ସରେ ରୁମରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଆଟେଣ୍ଡାଣ୍ଟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କଲା ପୋଲିସ । ମୃତକଙ୍କ ନାଁ ହେଉଛି ପ୍ରଭାତ ମହାନ୍ତି । କ୍ୟାପିଟାଲ ହସ୍ପିଟାଲର ଏକ୍ସରେ ବିଭାଗର ଆଟେଣ୍ଡାଟ ଭାବରେ କାମ କରନ୍ତି । ଗତକାଲି ତାଙ୍କର ରାତି ଡ୍ୟୁଟି ଥିଲା । ତେବେ ପ୍ରଭାତ କାହିଁକି ଏଭଳି ଚରମ ନିଷ୍ପତି ନେଲେ ତାର କାରଣ ଅସ୍ପଷ୍ଟ ରହିଛି । ଆଜି ମୃତ ପ୍ରଭାତଙ୍କର ହେବ ଶବ ବ୍ୟବଛେଦ ।