
ଭୁବନେଶ୍ୱର– ଆଜିଠାରୁ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା । ଆଜି ସନ୍ଧ୍ୟା 7 ଟା 55 ବେଳେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ସିଧାସଳଖ ପୁରୀ ଯାଇ ରାତ୍ରି ଯାପନ କରିବେ । ରାତିରେ କୋଣାର୍କ ଇକୋ ରିଟ୍ରିଟ ରିସର୍ଟରେ ରହିବେ ନଡ୍ଡା । ପରଦିନ ଅର୍ଥାତ 28ରେ 10 ଟା ବେଳେ ନବମ ଜାତୀୟ ସ୍ୱାସ୍ଥ୍ୟ ସମ୍ମିଳନୀକୁ ଉଦଘାଟନ କରିବେ । ପରେ 2 ଟାରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କର ଦର୍ଶନ କରିବେ । ତାପରେ ଭୁବନେଶ୍ୱର ଆସି ରାଜ୍ୟ ଅତିଥି ଭବନରେ ପାଖାପାଖି ଅଢେଇ ଘଣ୍ଟା ରହିବେ ନଡ୍ଡା । ସନ୍ଧ୍ୟା 7ଟାରେ ଦିଲ୍ଲୀ ଫେରିଯିବେ ।