
ଆଠଗଡ଼– ଆଠଗଡ଼ ରେଞ୍ଜ ଅନ୍ତର୍ଗତ କୁଲାଇଲୋ ପଡ଼ିଆରେ ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି । ହାତୀଟିର ଶୁଣ୍ଢରେ ବିଦ୍ୟୁତ ତାର ଗୁଡାଇ ହୋଇ ରହିଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ବିଦ୍ୟୁତ ସଂସ୍ପର୍ଶରେ ଆସି ହାତୀଟିର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି । ମୃତ ଦନ୍ତାହାତୀଟିର ବୟସ ପ୍ରାୟ ୧୫ରୁ ୨୦ ବର୍ଷ ମଧ୍ୟରେ ହେବ । ଖବର ପାଇ ଆଠଗଡ଼ ବନ ବିଭାଗ ଟିମ୍ ଘଟଣାସ୍ଥଳରେ ପହଂଚି ଛାନଭିନ୍ ଆରମ୍ଭ କରିଛି । କିପରି ଓ କେଉଁ ପରିସ୍ଥିତିରେ ହାତୀଟିର ମୃତ୍ୟୁ ଘଟିଲା ସେନେଇ ତଦନ୍ତ କରୁଛି ।