
ବଲାଙ୍ଗିର,ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସହ ସମଗ୍ର ବଲାଙ୍ଗିର ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ବଲାଙ୍ଗିରର ଝିଅ ଗୀତାଞ୍ଜଳି ମେହେର । ସୂଚନା ଯୋଗ୍ୟ ଯେ, ପୁରୀ ସହରର ମାଇ ଫେଆର ହୋଟେଲରେ ୨୮ତମ ଜାତୀୟ ସ୍ତରୀୟ ଗ୍ଲୋରୀ ଫେଷ୍ଟ ଅନୁଷ୍ଠିତ ହୋଇଥିଲା । ଗ୍ଲୋରୀ ଫେଷ୍ଟ ଇତିହାସରେ ପ୍ରଥମ ଥର ପାଇଁ ଯେଉଁଥିରେ ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ବିଏସ୍ଇ ଶେଷ ବର୍ଷ ଛାତ୍ରୀ ଗୀତାଞ୍ଜଳି ମେହେର ଗ୍ଲୋରୀ କ୍ଵିନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ସେ ଏହି ପ୍ରତିଯୋଗୀତାରେ ଦ୍ୱିତୀୟ ରନର୍ସ ଅପ ହୋଇ ସଫଳତା ମଧ୍ୟ ଅର୍ଜନ କରିଛନ୍ତି । ଯାହା ସମଗ୍ର ବଲାଙ୍ଗିର ଜିଲ୍ଲା ପାଇଁ ଗର୍ବ ଓ ଗୌରବର କଥା । ଏହି ପ୍ରତିଯୋଗିତାରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ସର୍ବମୋଟ ଦୁଇଟି ପର୍ଯ୍ୟାୟରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ଷ୍ଟାଇଲ ସହ ପ୍ରତିଯୋଗୀଙ୍କୁ ନିଜ ଜ୍ଞାନର ପରୀକ୍ଷା ମଧ୍ୟ ଦେବାକୁ ପଡିଥିଲା ।