
????????????
ବଲାଙ୍ଗିର, ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଳକର ଐତିହାସିକ ଯୋଗିନୀ ପୀଠ ରାଣୀପୁର ଝରିଆଲର ସୋମେଶ୍ୱର ମହାଦେବଙ୍କ ଶିବରାତ୍ରି ମେଳା ମହାଆଡମ୍ବରରେ ପାଳିତ ହୋଇଯାଇଛି । ତନ୍ତ୍ର, ମନ୍ତ୍ର, ସିଦ୍ଧି ସାଧନାର ପୀଠ ତଥା ଶୈବ, ଶାକ୍ତ, ବୈଷ୍ଣବ, ଗାଣପତ୍ୟ, ବୌଦ୍ଧ ଆଦି ସର୍ବ ଧର୍ମ ସମନ୍ୱୟର ବିରଳ ଚଉଷଠି ଯୋଗିନୀ ପୀଠର ସ୍ୱତନ୍ତ୍ରତା ରହିଛି । ବିସ୍ତୀର୍ଣ୍ଣ ପଥର ଚଟାଣ ଉପରେ ଐତିହ୍ୟ, କୀର୍ତ୍ତିରାଜି ଅଞ୍ଚଳର ସମୃଦ୍ଧ ଇତିହାସକୁ ବଖାଣୁଛି । ଏହି ପୀଠର ସୁରକ୍ଷା, ସଂରକ୍ଷଣ, ବିକାଶ, ପ୍ରଚାର ପ୍ରସାର ପାଇଁ ଜନଦାବି ତେଜୁଛି । ପ୍ରଧାନମନ୍ତ୍ରୀ ୨୦୧୯ ମସିହାରେ ଜାତୀୟ ଐତିହ୍ୟ ସ୍ମାରକୀ ଘୋଷଣା କରିଛନ୍ତି । ଏହି ପୀଠର ପ୍ରଚାର ପ୍ରସାର ସହ ବିଶ୍ୱ ଐତିହ୍ୟ ସ୍ମାରକୀ ମାନ୍ୟତା ଦାବି ଉଠୁଛି । ରାଣୀପୁର ଝରିଆଲ ମନ୍ଦିର ଟ୍ରଷ୍ଟ କମିଟି ଆନୁକୂଲ୍ୟରେ ଆୟୋଜିତ ଚଉଷଠି ଯୋଗିନୀ ମହୋତ୍ସବର ଉଦ୍ଘାଟନୀ ଉତ୍ସବରେ ଯୋଗଦେଇଥିଲେ । ଉଦ୍ଘାଟନୀ ସନ୍ଧ୍ୟାରେ ମୁଖ୍ୟ ଅତିଥିଭାବେ ସିନ୍ଧେକେଲା ସମିତି ସଭ୍ୟ ଭୋଲାନାଥ ବେହେରା, ଝରିଆଲ ସରପଞ୍ଚ ଭରଦ୍ୱାଜ ଗହୀର, ରାଣୀପୁର ଝରିଆଲ ମନ୍ଦିର ଟ୍ରଷ୍ଟ ସଭାପତି ମାଣିକ ଚନ୍ଦ ଜୈନ, ସମ୍ପାଦକ କ୍ଷୀରସିନ୍ଧୁ ଭୋଇ, ପୂଜକ ଜଗମୋହନ ତ୍ରିପାଠୀ, ସାମ୍ବାଦିକ ସଂଘ ବଙ୍ଗୋମୁଣ୍ଡା ସଭାପତି ରଶ୍ମିରଞ୍ଜନ ପୁଟେଲ, ଜିଲ୍ଲା ପେଶାଦାର ସାମ୍ବାଦିକ ସଂଘର ସଂଗଠନ ସମ୍ପାଦକ ହୁଲେଶ୍ୱର ହଂସ, ମୁଣ୍ଡପଦର ସମିତି ସଭ୍ୟ ନୀଳକଣ୍ଠ ବାରିକ, ଝରିଆଲ ସମିତି ସଭ୍ୟ ରାଜୁ ହାତୀ, ଜାମଖୁଣ୍ଟା ସମିତି ସଭ୍ୟ ଦ୍ରୋଣସେନ ବେହେରା, ଘାସିରାମ ସାହୁ, ବଂଶୀଧର ବାଗ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ପ୍ରଦୀପ ପ୍ରଜ୍ୱଳନ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ସୁଶୀଲ ପୋଢ଼, ଶୁଭଶ୍ରୀ ଯୋଶୀ ମଞ୍ଚ ସଞ୍ଚାଳନ କରିଥିଲେ ।
ଅଘୋରି ନୃତ୍ୟ, ସଇଁନ୍ତଲା,କୁରେଇ ଫୁଲ ସଂସ୍କୃତି ଅନୁଷ୍ଠାନ ଅତାବିରା,ଝରିଆଲ ଢାପ ନୃତ୍ୟ ଆଦି ସାଂସ୍କୃତିକ କାର୍ୟ୍ୟକ୍ରମ ବିଳମ୍ବିତ ରାତ୍ରି ପର୍ୟ୍ୟନ୍ତ ପରିବେଷିତ ହୋଇଥିଲା ।କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।