
ନୂଆଦିଲ୍ଲୀ-ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶବାସୀଙ୍କୁ ମହାଶିବରାତ୍ରୀ ପର୍ବର ଶୁଭକାମନା ଜଣାଇଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଔପଚାରିକ ଏକ୍ସ ଆକାଉଂଟରେ ଲେଖାଯାଇଛି ଯେ, ମୁଁ ସମସ୍ତ ଦେଶବାସୀଙ୍କୁ ମହାଶିବରାତ୍ରୀର ପବିତ୍ର ପର୍ବର ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି । ମୋର ପ୍ରାର୍ଥନା ଯେ, ଆମେ ସମସ୍ତଙ୍କ ଉପରେ ଦେବାଧିଦେବ ମହାଦେବଙ୍କ କୃପା ରହୁ ତଥା ଆମ ଦେଶ ନିରନ୍ତର ପ୍ରଗତି ପଥରେ ଆଗକୁ ବଢୁ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଏକ୍ସରେ ଲେଖିଛନ୍ତି ଯେ, ସମସ୍ତ ଦେଶବାସୀଙ୍କୁ ଭଗବାନ ଭୋଳାନାଥଙ୍କୁ ସମର୍ପିତ ପବିତ୍ର ପର୍ବ ମହାଶିବରାତ୍ରୀର ଅସୀମ ଶୁଭକାମନା । ଏହି ଦିବ୍ୟ ଅବସର ଆପଣ ସମସ୍ତଙ୍କ ପାଇଁ ସୁଖ ସମୃଦ୍ଧି ଓ ଉତମ ସ୍ୱାସ୍ଥ୍ୟ ଆଣୁ, ଏହାସହିତ ବିକଶିତ ଭାରତର ସଂକଳ୍ପକୁ ସୁଦୃଢ କରୁ, ଏହାହିଁ କାମନା କରୁଛି । ହର ହର୍ ମହାଦେବ ।