
ନୂଆ ଦିଲ୍ଲୀ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଦେଶବାସୀଙ୍କୁ ମହାଶିବରାତ୍ରୀ ପର୍ବରେ ଶୁଭକାମନା ଜଣାଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଆଧିକାରିକ ଏକ୍ସ ଆକାଉଣ୍ଟରେ ଲେଖାଯାଇଛି, “ମୁଁ ସମସ୍ତ ଦେଶବାସୀଙ୍କୁ ମହାଶିବରାତ୍ରୀର ପବିତ୍ର ପର୍ବରେ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛି । ମୋର ପ୍ରାର୍ଥନା ହେଉଛି ଯେ, ଆମେ ସମସ୍ତେ ଦେବାଧିଦେବ ମହାଦେବଙ୍କର କୃପାରେ ରହୁ ଏବଂ ଆମ ଦେଶ ନିରନ୍ତର ପ୍ରଗତିର ପଥରେ ଆଗେ ବଢ଼ିବାକୁ ସମର୍ଥ ହେଉ।”