
ଭୁବନେଶ୍ୱର– ମହାଶିବରାତ୍ରୀର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ମହାଶିବରାତ୍ରୀର ପବିତ୍ର ପର୍ବ ଅବସରରେ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭକାମନା । ଭଗବାନ ଭୋଳାନାଥ ଓ ମାତା ପାର୍ବତୀ, ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଓ ଆଧ୍ୟାତ୍ମିକ ଉର୍ଜା ସଂଚାର କରନ୍ତୁ । ଓମ୍ ନମଃ ଶିବାୟ ।