
ଭୁବନେଶ୍ୱର– କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁଣ୍ୟତିଥି ଅବସରରେ ସ୍ୱାତନ୍ତ୍ର୍ୟବୀର ବିନାୟକ ଦାମୋଦର ସାବରକରଙ୍କୁ ଶ୍ରଦ୍ଧାଂଜଳି ଜଣାଇଛନ୍ତି ।
ସେ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ ମହାନ ସ୍ୱାଧୀନତା ସଂଗ୍ରାମୀ, ପ୍ରଖର ରାଷ୍ଟ୍ରବାଦୀ ଓ ପ୍ରବୁଦ୍ଧ ବିଚାରକ ବିନାୟକ ଦାମୋଦର ସାବରକରଙ୍କ ପୁଣ୍ୟତିଥିରେ ତାଙ୍କୁ ଶ୍ରଦ୍ଧାପୂର୍ବକ ନମନ କରୁଛି । ସାବରକରଜୀଙ୍କର ଜୀବନ ସାହସ, ତ୍ୟାଗ ଓ ରାଷ୍ଟ୍ରପ୍ରେମର ଅନୁପମ ଗାଥା ଅଟେ । ସ୍ୱତନ୍ତ୍ରତା ସଂଗ୍ରାମରେ ତାଙ୍କର ଭୂମିକା ଅତୁଳନୀୟ ଥିଲା । ତାଙ୍କର ଆଦମ୍ୟ ରାଷ୍ଟ୍ରଭକ୍ତି ସ୍ୱାଧୀନତା ପ୍ରତି ତାଙ୍କର ନିଷ୍ଠା ସଦୈବ ଆମକୁ ପ୍ରେରଣା ଦେଉଥିବ ।