
ଚଣ୍ଡିଗଡ– ବିଏସଏଫ ଭାରତ-ପାକ୍ ସୀମାର ପଠାନକୋଟ ସେକ୍ଟରରେ ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଏନକାଉଂଟର କରିଛନ୍ତି । ଏହି ଯୁବକ ପଠାନକୋଟ ରାସ୍ତାରୁ ଭାରତୀୟ ସୀମାରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିଲା । ଏହି ଘଟଣା ପରେ ବିଏସଏଫ ବୁଧବାର ସକାଳେ ପଂଜାବ ପୋଲିସ ସହିତ ସୀମାବର୍ତ୍ତୀ ଅଂଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି ।