
ଡେରାଡୁନ– ବିଶ୍ୱ ପ୍ରସିଦ୍ଧ 11ତମ ଜ୍ୟୋତିର୍ଲିଙ୍ଗ କେଦାରନାଥ ଧାମର ଦ୍ୱାର ମେ 2ତାରିଖ ପ୍ରାତଃ 7ଟା ବେଳେ ବୈଶାଖ ମାସ, ମିଥୁନ ରାଶି, ବୃଷ ଲଗ୍ନରେ ବିଧିବିଧାନରେ ଖୋଲିବ । ଦ୍ୱାର ଖୋଲିବାର ତିଥି ନିର୍ଦ୍ଧାରଣ ହେବା ସହିତ ଭଗବାନ କେଦାରନାଥଙ୍କ ପଂଚମୁଖୀ ଡୋଲିର କେଦାରନାଥ ଧାମ ପ୍ରସ୍ଥାନର କାର୍ଯ୍ୟକ୍ରମ ବି ଘୋଷିତ ହୋଇଛି ।
ମହାଶିବରାତ୍ରି ଅବସରରେ ଆଜି ଓମକାରେଶ୍ୱର ମନ୍ଦିର ଉଖିମଠରେ କେଦାରନାଥ ଧାମ ରାୱଲ ଭୀମାଶଙ୍କର ଲିଙ୍ଗ ଓ ଶହଶହ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ଧର୍ମାଚାର୍ଯ୍ୟ ଓ ବେଦପାଠୀ ପଂଚାଙ୍ଗ ଗଣନା ପରେ ବିଧି ବିଧାନରେ କେଦାରନାଥ ଧାମର ଦ୍ୱାର ଖୋଲିବାର ତିଥି ନିର୍ଦ୍ଧାରଣ ହୋଇଛି ।