
ଭୁବନେଶ୍ବର, ହାକୁମ୍ଭରେ ବୁଡପକାଇଲେ ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର l ବୁଡ ପକାଇବା ପରେ ମନ୍ତ୍ରୀ ଡଃ ମହାପାତ୍ର କହିଛନ୍ତି ଯେ “ମହାକୁମ୍ଭ, ସନାତନ ସଭ୍ୟତା, ସଂସ୍କୃତି, ଦର୍ଶନ ଏବଂ ଆମର ସମୃଦ୍ଧ ପରମ୍ପରାର ଜୀବନ୍ତ ପ୍ରଣାମ l ଏହା କେବଳ ଯେ ଆତ୍ମାର ଶୁଦ୍ଧତା ପାଇଁ ଏକ ପଥ ତାହା ନୁହେଁ, ବରଂ ବିଭିନ୍ନ ପୃଷ୍ଠଭୂମିରୁ ଲୋକଙ୍କୁ ଏକତ୍ରିତ କରି ‘ବସୁଧୈବ କୁଟୁମ୍ବକମ’ର ଅନନ୍ୟ ବାର୍ତ୍ତା ପ୍ରଦାନ କରୁଥିବା ଏକ ଦିବ୍ୟ ଭବ୍ୟ ମହୋତ୍ସବ ଅଟେ l
ଆସ୍ଥା, ଭକ୍ତି ଓ ଆଧ୍ୟାତ୍ମିକତା ନଗରୀ ପ୍ରୟାଗରାଜରେ ଗଙ୍ଗା ମାତା, ଯମୁନା ମାତା ଏବଂ ସରସ୍ୱତୀ ମାତାଙ୍କ ଦିବ୍ୟ ଧାରାର ସଙ୍ଗମ(ତ୍ରିବେଣୀ ସଙ୍ଗମ)ରେ ବୁଡ଼ ପକାଇବା ମୋ ପାଇଁ ପରମ ସୌଭାଗ୍ୟ l ‘ଏକତାର ମହାକୁମ୍ଭ’ରେ ଅମୃତ ସ୍ନାନ କରିବା ମୋ ପାଇଁ ଏକ ଅବିସ୍ମରଣୀୟ ଅନୁଭୂତି ମଧ୍ୟ l ମା’ ଗଙ୍ଗା ସମସ୍ତଙ୍କର କଲ୍ୟାଣ କରନ୍ତୁ, ଏତିକି ପ୍ରାର୍ଥନା “