ାଦିନ ୯ଟା ବେଳେ ଏହି ପ୍ରତିମୁର୍ତୀ ଯେଉଁ ମଇଳା ଅବସ୍ଥାରେ ଥିଲା ଦିନ୧.୩୦ ରେ ମଧ୍ୟ ସେହି ଅବସ୍ଥାରେ ମୁର୍ତିଟି ଥିବା ଦେଖାଯାଇଛି ।
ଗାନ୍ଧିଜୀ ରାଉରକେଲାର ଏହି ସ୍ଥାନରେ ଅତୀତରେ ଓହ୍ଲାଇ ନିଜ ପାଦ ରଖିଥିବାରୁ ଏହିଠାରେ ଅନେକ ଦିନରୁ ଗୋଟିଏ ଛୋଟ ମୁର୍ତି ରଖା ଯାଇଥିଲା ।ପରେ ଏଠାରେ ବଡ ମୁର୍ତି ଲଗା ହୋଇଛି । ଜିଲ୍ଲା କଂଗ୍ରେସ ପକ୍ଷରୁ ଏହି ମୁର୍ତି ତଳେଥିବା ଛୋଟିଆ ମୁର୍ତି କୁ ଧୁଆ ପୋଛା କରି ସେଥିରେ ମାଲ୍ୟାର୍ପଣ କରିଥିବା ବେଳେ ବଡ ମୁର୍ତିକୁ ହାତ ନପାଇବାରୁ ବାଧ୍ୟ ହୋଇ ତାକୁ ଛାଡି ଦେଇ ଦୁଃଖ ପ୍ରକାଶ କରିଥିଲେ । ରାଜ୍ୟ କଂଗ୍ରେସ ନେତା ରଶ୍ମୀ ରଂଜନ ପାଢୀ କହିଛନ୍ତି ଏନେଇ ସେ ପ୍ରଶାସନର ଲୋକଙ୍କୁ ଜଣାଇବା ପରେ ସେଠାରୁ ଯାହା ଉତର ମିଳିଥିଲା ସେଥିରୁ ସ୍ପଷ୍ଟ ବାରି ହେଲା ଯେ ,ଏନେଇ କାହାର ମନେ ନଥିଲା । ତେଣୁ ଏହା ହୋଇପାରିଲା ନାହିଁ ।
ଏଠାରେ ଉଲ୍ଲେଖ ଯୋଗ୍ୟ ରାଜ୍ୟ ସ୍ତରରେ ଆଜି ସରକାର ଆଜିର ଦିନକୁ ସହୀଦ ଦିବସ ଭାବେ ପାଳନ କରୁଥିବା ବେଳେ ଖୋଦ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମଣ୍ଡଳର ସଦସ୍ୟ ମାନେ ୍ଯାଇ ମାଲ୍ୟାର୍ପଣ କରିବା ସହ ଗାନ୍ଧିଜୀଙ୍କୁ ମନେପକାଇ ପରବର୍ତୀ ପିଢିକୁ ତାଙ୍କର ବାର୍ତା ଦେଇଛନ୍ତି ।ଏନେଇ ଆଜି ଅନେକ ଖବରକାଗଜରେ ମଧ୍ୟ ପ୍ରଚାର ପ୍ରସାର କରାଯାଇଛି । ଅନ୍ୟ ପକ୍ଷରେ ଗାନ୍ଧିଜୀଙ୍କର ୧୫୦ତମ ଜୟନ୍ତୀ ଲାଗି ରାଜ୍ୟ ସାରା ଅନେକ କାର୍ଯ୍ୟକ୍ରମ ମଧ୍ୟ ଚାଲିଛି । ନିକଟରେ ଏକ ଶୋଭା ଯାତ୍ରା ମଧ୍ୟ ସହର ଦେଇ ଅନ୍ୟ ଜିଲ୍ଲାକୁ ଯାଇଛି । ହେଲେ ତଥାପି ସହରର ବଡ ବାବୁ ମାନଙ୍କର ନିଦ ଭାଙ୍ଗିଲାନି । ଜୟନ୍ତୀରେ ଦିଆଯାଇଥିବା ଫୁଲମାଳ ମହାପ୍ରୟାଣ ଦିବସରେ ମଧ୍ୟ ଓହଳି ରହିଥିଲା । ସହରକୁ ବଡ ବଡିଆ ଆସିଲେ ସେ ନେଇ ଭେଳିକି ଭେଳି ଫୁଲମାଳ ସାଙ୍ଗକୁ ରାସ୍ତାଘାଟର ପରିବର୍ତନ ରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ହେଲେ ତତାପି ବୁଦ୍ଧି ପଶିଲାନି ଏବାବୁ ମାନଙ୍କର, ବାପୁଜୀଙ୍କ ଏହି ଦିନ କଥା ସେମାନଙ୍କର ମନେ ପଡିଲା ନାହିଁ ବୋଲି ସହରରେ ବେଶ ଆଲୋଚନା ଲାଗି ରହିଛି ।