
ମହାକୁମ୍ଭ ନଗର– ମହାଶିବରାତ୍ରି ଏବଂ ମହାକୁମ୍ଭ ପର୍ବ ଅବସରରେ ଶ୍ରଦ୍ଧାଳୁଙ୍କ ଭିଡକୁ ନିୟନ୍ତ୍ରଣ କରିବା ପାଇଁ ଫେବୃୟାରୀ 25 ଅପରାହ୍ନ 4ଟାରୁ ମେଳା ଅଂଚଳ ଓ ସନ୍ଧ୍ୟା 6ଟାରୁ କମିଶନରେଟ୍ ପ୍ରୟାଗରାଜ ନୋ-ଭେହିକିଲ ଜୋନ ଘୋଷଣା କରାଯାଇଛି । ଏହି ନିଷ୍ପତିକୁ ପାଳନ କରି ସୂଚାରୁ ଯାତାୟତ ଏବଂ ଶ୍ରଦ୍ଧାଳୁଙ୍କ ସୁବିଧାରେ ସହଯୋଗ କରିବାକୁ ପ୍ରଶାସନ ପକ୍ଷରୁ ଲୋକଙ୍କ ଅପିଲ କରାଯାଇଛି ।
ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ଭିଡ ପ୍ରବନ୍ଧନ ଦୃଷ୍ଟିକୋଣରୁ ପ୍ରଶାସନ ପ୍ରବେଶ ପଥ ଅନୁସାରେ ସ୍ନାନ ଘାଟକୁ ନିର୍ଦ୍ଧାରଣ କରିଛି । ଝୁସିରୁ ଆସୁଥିବା ଶ୍ରଦ୍ଧାଳୁ ଦକ୍ଷିଣ ଝୁସିର ଶ୍ରଦ୍ଧାଳୁ ସଙ୍ଗମ ଦ୍ୱାର ଐରାବତ ଘାଟରେ ସ୍ନାନ କରିବେ ।
ଉତର ଝୁସିର ଶ୍ରଦ୍ଧାଳୁ ସଙ୍ଗମ ହରିଶ୍ଚନ୍ଦ୍ର ଘାଟ ଏବଂ ସଙ୍ଗମ ଓଲ୍ଡ ଜିଟି ଘାଟର ଉପଯୋଗ କରିବେ । ପରେଡ୍ କ୍ଷେତ୍ରରୁ ଆସୁଥିବା ଶ୍ରଦ୍ଧାଳୁ ସଙ୍ଗମ ଦ୍ୱାର ଭରଦ୍ୱାଜ ଘାଟ ସଙ୍ଗମ ଦ୍ୱାର ନାଗବାସୁକୀ ଘାଟ ସଙ୍ଗମ ଦ୍ୱାର ମୋରି ଘାଟ ସଙ୍ଗମ ଦ୍ୱାର କାଳୀ ଘାଟ ସଙ୍ଗମ ଦ୍ୱାର ରାମଘାଟ ସଙ୍ଗମ ଦ୍ୱାର ଘାଟରେ ସ୍ନାନ କରିବେ ।