
ସୁଲତାନପୁର– ପୂର୍ବାଂଚଳ ଏକ୍ସପ୍ରେସ ୱେରେ ଗତକାଲି ରାତିରେ ପ୍ରୟାଗରାଜରୁ ଫେରୁଥିବା ସ୍କର୍ପିଓକୁ ଏକ ଟ୍ରକ ପଛପଟୁ ଧକ୍କା ଦେଇଛି । ଦୁର୍ଘଟଣାରେ 3ଜଣ ଲୋକଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି । ଅନ୍ୟ ତିନିଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି ।
ଜିଲ୍ଲାର କୁରେଭାର ଥାନା ଅଂଚଳରେ ଏକ୍ସପ୍ରେସ-ୱେର 116.7 କିଲେମିଟରରେ ସୋମବାର ବିଳମ୍ବିତ ସନ୍ଧ୍ୟାରେ ସ୍କର୍ପିଓ କୁରେଭାର ଟୋଲରୁ ହଲିୟାପୁର ଟୋଲ ଅଭିମୁଖେ ଯାଉଥିଲା । ଏକ ଭାରସାମ୍ୟ ହରାଇଥିବା ଟ୍ରକ ପଛପଟୁ ଜୋରଦାର ଧକ୍କା ଦେଇଥିଲା । ଟ୍ରକ ଚାଳକ ଦୁର୍ଘଟଣା ପରେ ଗାଡି ଛାଡି ପଳାଇଥିବା ସୂଚନା ମିଳିଛି । ସମସ୍ତ ଆହତଙ୍କୁ ମେଡିକାଲ ନିଆଯାଇଥିଲା । ଡକ୍ଟର ତିନିଜଣଙ୍କୁ ମୃତ ଘୋଷିତ କରିଥିଲେ ।