
ଭୁବନେଶ୍ୱର– ସମ୍ବଲପୁର ସ୍ଥିତ ଡା. ଝାସକେତନ ସାହୁ ସନ୍ତରଣାଗାର ପରିଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏକ୍ସ ହ୍ୟାଣ୍ଡେଲରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ସମ୍ବଲପୁର ସ୍ଥିତ ଡା. ଝାସକେତନ ସାହୁ ସନ୍ତରଣାଗାର ପରିଦର୍ଶନ କରିବା ସହ ଏହାର ଆଧୁନିକୀକରଣ ଓ ପୁର୍ନବିକାଶ ନେଇ ଜିଲ୍ଲା ପ୍ରଶାସନ ଅଧିକାରୀମାନଙ୍କ ସହ ଆଲୋଚନା କଲି । ବିଶେଷ ଭାବରେ ଏଠାରେ କିପରି ଜାତୀୟ ସ୍ତରର ସ୍ୱିମିଂ ପ୍ରତିଯୋଗିତା ସହ ପିଲାମାନେ ପ୍ରଶିକ୍ଷଣ ନେଇପାରିବେ, ତାହାକୁ ଦୃଷ୍ଟିରେ ରଖି ଉନ୍ନତିକରଣ କରିବାକୁ ପରାମର୍ଶ ଦେଲି ।