
କୋଲକାତା– ମଙ୍ଗଳବାର ସକାଳେ ବଙ୍ଗୋପସାଗରରେ ଭୂକମ୍ପ ଝଟ୍କା ଯୋଗୁ କୋଲକାତା ଓ ଆଖପାଖ ଅଂଚଳରେ ଲୋକେ ଭୟଭୀତ ହୋଇପଡିଛନ୍ତି । ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ଅନୁସାରେ, ଏହି ଭୂକମ୍ପ ସକାଳ 6.10 ବେଳେ ରେକର୍ଡ ହୋଇଛି, ଯାହାର ତୀବ୍ରତା 5.1 ରହିଛି ।
ଆଇଏମଡି ଅଧିକାରୀଙ୍କ ମୁତାବକ ଭୂକମ୍ପର କେନ୍ଦ୍ର ବଙ୍ଗୋପସାଗରରେ ଥିଲା, ଯାହାର ଗଭୀରତା 91 କିଲୋମିଟର ଥିଲା । ଭୂକମ୍ପ ଝଟ୍କା ମୁଖ୍ୟତଃ ଓଡ଼ିଶାର ପୁରୀ ଉପକୂଳ ନିକଟରେ ଅନୁଭୂତ ହୋଇଛି, ଯାହାର ଅକ୍ଷାଂଶ 19.52 ଡିଗ୍ରୀ ଉତର ଓ ଦେଶାନ୍ତର 88.55 ଡିଗ୍ରୀ ପୂର୍ବରେ ରେକର୍ଡ ହୋଇଛି । ଭୂକମ୍ପ କାରଣରୁ କୌଣସି ଧନଜୀବନ କ୍ଷୟକ୍ଷତି ହୋଇନାହିଁ ।