ରାଜ୍ୟ କାର୍ଯ୍ୟାଳୟ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଜଣେ ପୋଲିସ ଅଧିକାରୀ ଅନୁପ କାନୁନଗୋ, ଯିଏ ବର୍ତମାନ ଭୁବନେଶ୍ୱରରେ ପୋଷ୍ଟିଙ୍ଗରେ ନାହାନ୍ତି ସେ ନିଜେ ଓ ସ୍ଥାନୀୟ ବିଧାୟକ ଅନନ୍ତ ଜେନା ମହୋଦୟ ରାତି ଅଧରେ ପରବିନ୍ଦର ସିଂଙ୍କ ଘଟଣାକୁ ଚାପି ଦେବା ପାଇଁ ଧମକ ଦେବାକୁ ପରବିନ୍ଦର ସିଂଙ୍କ ଘରକୁ ଯାଇଥିଲେ । ଅନୁପ କାନୁନଗୋ ଭୁବଶ୍ୱେରରରେ ଡ୍ୟୁଟିରେ ନଥିବା ସତ୍ୱେ ସେ କିପରି ବିଧାୟକଙ୍କ ସହିତ ଅଧରାତିରେ ଜଣେ ଲୋକଙ୍କ ଘରକୁ ଯାଇଥିଲେ ? ତାଙ୍କ ଉପରେ ବି କମିଶନରେଟ ପୋଲିସ କି ମୁଖ୍ୟମନ୍ତ୍ରୀ କିଛି କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ । ତାଙ୍କ ସହିତ ଆଉ ଦୁଇ ଜଣ ଲୋକ ଯାଇଥିଲେ, ଯିଏ ପେଷାଦାର ଗୁଣ୍ଡା ବୋଲି ଆମେ ସନ୍ଦେହ କରୁଛୁ । ଏହା ବିରୋଧରେ ଆମେ ଲକ୍ଷ୍ମୀସାଗର ଥାନାରେ ଏଫଆଇର ଦେଇଥିଲୁ । ହେଲେ ପୋଲିସ କିଛି କାର୍ଯ୍ୟାନୁଷ୍ଠାନ ନନେବା ଫଳରେ ଆମେ ଏବେ ଆଇନର ସାହାଯ୍ୟ ନେଉଛୁ । ନିଜେ ପରବିନ୍ଦର ସିଂ ମଧ୍ୟ ପୋଲିସ ଠାରୁ ନ୍ୟାୟ ନପାଇବା ପରେ ଏବେ ମାନବାଧିକାର କମିଶନରଙ୍କର ଦ୍ୱାରସ୍ଥ ହୋଇଛନ୍ତି ।
ବିଜୁ ଜନତା ଦଳର ଗୁଣ୍ଡାମାନେ ରାଜଧାନୀରେ ଦୁଇ ଦୁଇଟି ମୋବ ଲିଚିଙ୍ଗ କଲେ । ଦୁଇ ଦୁଇଟି ଯାକ ଘଟଣାରେ ମୁଖ୍ୟ ଅପରାଧୀଙ୍କୁ ସୁରକ୍ଷା ଦେଲେ ବିଜେଡିର ବିଧାୟକ ଅନନ୍ତ ଜେନା । ମାର୍କେଟ ବିଲଡିଙ୍ଗ ଭଙ୍ଗାରୁଜା ଘଟଣାରେ ମୁଖ୍ୟ ଅପରାଧିମାନଙ୍କୁ ଏବେ ସୁଧା ପୋଲିସ ଗିରଫ କରିପାରି ନାହିଁ । କାରଣ ସେମାନେ ହେଉଛନ୍ତି ବିଧାୟକ ଅନନ୍ତ ଜେନା ଓ ବିଜେଡିର ବରିଷ୍ଠନେତା ଲିଟୁ ସୁପକାରଙ୍କର ସହିତ ଘନିଷ୍ଠ । ମାର୍କେଟ ବିଲିଡଙ୍ଗରୁ ବଟି ଆଦାୟ କରିବା ଉଦ୍ଦେଶ୍ୟରେ ହୋଇଥିବା ଏହି ଗଣ୍ଡଗୋଳରେ ସିଧାସଳଖ ଭାବେ ବିଜେଡି ଦ୍ୱାରା କରାଯାଇଛି । କେତେ ଦିନ ଧରି ଏମିତି ବିଜେଡିର ଗୁଣ୍ଡାରାଜକୁ ପୋଲିସ ଘଂଟ ଘୋଡାଉଥିବ ଓ ମୁଖ୍ୟମନ୍ତ୍ରୀ ସୁରକ୍ଷା ଦେଉଥିବେ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି ।
ରାଜ୍ୟର ଗୃହମନ୍ତ୍ରୀ ଓ ଯଦି ମୁଖ୍ୟମନ୍ତ୍ରୀ ସତରେ ଅହିଂସାର ସପକ୍ଷବାଦି ତାହେଲେ ତୁରନ୍ତ ବିଧାୟକ ଅନନ୍ତ ଜେନାଙ୍କୁ ଦଳରୁ ବହିଷ୍କାର କରନ୍ତୁ । ବିଜେଡି ପାଇଁ ନିଜର ପଦମର୍ଯ୍ୟାଦା ଭୁଲିଥିବା ଖୋର୍ଦ୍ଦା ଡିଏସପି ଅନୁପ କାନୁନଗୋଙ୍କୁ ନିଲମ୍ବନ କରିବା ସହିତ ସମସ୍ତ ଅପରାଧୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଶ୍ରୀ ପ୍ରଧାନ ଦାବି କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବାବୁ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।
(ବିଜେପି ମିଡିଆ ସେଲ)