
ଜୟପୁର, ଶିବରାତ୍ରି ପାଇଁ ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱର ପୀଠ ଚଲାଞ୍ଚଳ ହୋଇଉଠିଛି I ପ୍ରଶାସନ ମଧ୍ୟ୍ୟ ତତ୍ପରତା ପ୍ରକାଶ କରିଛି I
ରାତି ପାହିଲେ ଜାଗରଯାତ୍ରା । ଦକ୍ଷିଣ ଓଡିଶାର ପ୍ରସିଦ୍ଧ ଗୁପ୍ତେଶ୍ୱରପୀଠରେ ଲୋକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଜାଗର ପୂର୍ବରୁ ପୀଠର ସ୍ଥିତି ଅନୁଧ୍ୟାନ କଲେ କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତିଭାସନ l ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ନିମନ୍ତେ ସ୍ୱତନ୍ତ୍ର ବେରିଗେଟ ନିର୍ମାଣ ହଇଥିବା ବେଳେ ମନ୍ଦିର ଭିତରେ ଓଲୁଅ ସହ ସ୍ୱଛତାକୁ ଅଧିକ ପ୍ରାଧାନ୍ୟ ଦେବାପାଇଁ ନିର୍ଦେଶ ଦେଇଛନ୍ତି ଜିଲ୍ଲାପାଳ l ଏଥିସହ ଟ୍ରାଫିକ ବ୍ୟବସ୍ଥା ନିୟନ୍ତ୍ରଣ, ସୁରକ୍ଷା ବ୍ୟବସ୍ଥା,ପାନୀୟ ଜଳ ଯୋଗାଣ, ବିଜୁଳି ଆଲୁଅ ଯୋଗାଣ, ଜରୁରୀ ସ୍ୱାସ୍ଥ୍ୟ ସେବା କିପରି ଯୋଗାଇ ଦିଆଯିବ ସେ ନେଇ ବିଭାଗୀୟ ଅଧିକରୀଙ୍କ ସହ ଆଲୋଚନା କରିଥିଲେ l ଶବରୀ ନଦୀଘାଟ ପହଂଚି ସେଠାର ସ୍ଥିତି ଅନୁଧ୍ୟାନ କରିଛନ୍ତି l ଅଗ୍ନିଶ୍ରମ ବାହିନୀ କର୍ମଚାରୀଙ୍କୁ ନିୟଜିତ କରାବା ପାଇଁ ନିର୍ଦେଶ ଦେଇଛନ୍ତି l ଦେବୋତ୍ତର ବିଭାଗ ପକ୍ଷରୁ ଜାଗର ପାଇଁ ଚୂଡାନ୍ତ ନୀତିନିର୍ଘଣ୍ଟ ଅନୁସାରେ ଭୋର ସକାଳୁ ପୂଜାଅର୍ଚନା ପରେ ଶ୍ରଦ୍ଧାଳୁ ଠାକୁର ଦର୍ଶନ ଆରମ୍ଭ ହେବ ବୋଲି ଜଣାପଡିଛି l ରାତି ବାରଟା ତିରିଶିରେ ହରିହର ଭେଟ ଏବଂ ଦୁଇଟା ବେଳେ ମହାଦୀପ ଉଠିବ ବୋଲି ସୂଚନା ରହିଛି । ସୁରକ୍ଷା ଦୃଷ୍ଟିରୁ ପୀଠରେ ୧୫ପ୍ଲାଟୁନ ପୋଲିସ ନିୟୋଜିତ କରାଯାଇବ ଜଣା ପଡିଛି l ଜିଲ୍ଲାପାଳଙ୍କ ଗୁପ୍ତେଶ୍ୱର ଗସ୍ତ ବେଳେ କୋରାପୁଟ ଆରକ୍ଷୀ ଅଧିକ୍ଷକ ରହିତ ବର୍ମା, ଜୟପୁର ଉପଜିଲ୍ଲାପାଳ ଏ.ସସ୍ୟା ରେଡି, ଜୟପୁର ଉପ ଖଣ୍ଡ ଅଧିକ୍ଷକ ଅଙ୍କିତ ବର୍ମା, ବୈପାରିଗୁଡା ତହସିଲଦାର ସ୍ନିଗ୍ଧା ରାଣୀ ଚୌଧୁରୀ, ଆରଡବ୍ଲୁଏସଏସ ବିଭାଗ ଏସଡିଓ ଅକିତ ପ୍ରତୀକ ତୋପ, ଏସଡିପିଆରଓ ଯୋଶଦା ଗଦବା,ଦେବୋତ୍ତର ବିଭାଗ ସଦସ୍ୟ, ଆରଏନଡ୍ଲୁ, ପିଡ୍ଲୁଡି ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ l