
ଭୁବନେଶ୍ୱର– ପବିତ୍ର ମହାଶିବରାତ୍ରୀର ଅବ୍ୟବହିତ ପୂର୍ବରୁ ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କର ପ୍ରସିଦ୍ଧ ମହାଶିବରାତ୍ରୀ ପର୍ବ ପାଳନ ପରିପ୍ରେକ୍ଷୀରେ ଆଜି ଭୁବନେଶ୍ବର ସ୍ବତନ୍ତ୍ର ପ୍ରଦକ୍ଷଣ ସଭାଗୃହ ଠାରେ ଆୟୋଜିତ ଚୂଡ଼ାନ୍ତ ବୈଠକରେ ଯୋଗଦେଇ ସେବାୟତ, ବ୍ରାହ୍ମଣ ନିଯୋଗ , ମନ୍ଦିର ପ୍ରଶାସନ ଓ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ଉକ୍ତ ବୈଠକରେ ଶାନ୍ତିପୂର୍ଣ୍ଣ ଭାବେ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତି ସମ୍ପନ୍ନ ହେବା, ସଠିକ୍ ସମୟରେ ମହାଦୀପ ଉଠିବା ଉପରେ ଗୁରୁତ୍ବ ଦେବା ସହ ଟ୍ରାଫିକ ସୁପରିଚାଳନା, ପାରିପାର୍ଶ୍ବକ ରାସ୍ତାଗୁଡିକୁ ପରିଷ୍କାର ପରିଚ୍ଛନ୍ନ, ପାଣି ଓ ବିଦ୍ୟୁତ୍ ବ୍ୟବସ୍ଥା ଆଦି ବିଷୟ ଉପରେ ବ୍ୟାପକ ଆଲୋଚନା କରିବା ସହ ଶୃଙ୍ଖଳିତ ଭାବେ ମହାଶିବରାତ୍ରୀ ପାଳନ ପାଇଁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ।
ବୈଠକରେ ମାନ୍ୟବର ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ,ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ଚଞ୍ଚଳ ରଣା , ଭୁବନେଶ୍ଵର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ରୁଦ୍ର ମହାନ୍ତି ,ଭୁବନେଶ୍ୱରର ଡେପୁଟି ପୁଲିସ କମିସନର (ଡିସିପି) ଶ୍ରୀ ପିନାକ ମିଶ୍ର, ଭୁବନେଶ୍ୱର ମହାନଗର ନିଗମ ମେୟର ଶ୍ରୀମତୀ ସୁଲୋଚନା ଦାସ, ସ୍ଥାନୀୟ କର୍ପୋରେଟରଙ୍କ ସହ ପ୍ରମୁଖ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।