
ଡେରାଡୁନ– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉତରକାଶୀ ଗସ୍ତ ଖରାପ ପାଗ କାରଣରୁ ସ୍ଥଗିତ ରଖାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଗଙ୍ଗୋତ୍ରୀର ଶୀତକାଳୀନ ପ୍ରବାସ ମୁଖୱା ଓ ହର୍ଷିଲର ଗସ୍ତ ଫେବୃୟାରୀ 27ରେ ପ୍ରସ୍ତାବିତ ଥିଲା । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ରାଜ୍ୟ ସରକାର ପ୍ରସ୍ତୁତି କରିଥିଲେ, କିନ୍ତୁ ପାଣିପାଗ ବିଭାଗ ଦ୍ୱାରା ଜାରି ବରଫପାତ ଓ ବର୍ଷା ଆଲର୍ଟକୁ ଦୃଷ୍ଟିରେ ରଖି ଏବେ ଗସ୍ତକୁ ସ୍ଥଗିତ ରଖାଯାଇଛି । ଏବେ ପିଏମ ମୋଦି ମାର୍ଚ୍ଚରେ ଗସ୍ତ କରିପାରନ୍ତି ବୋଲି କୁହାଯାଉଛି ।